ଚିକିଛା ଲାଗି ଟଁକା ଅଭାବ୍‌: ରକତ୍‌ କମ୍‌ଜୋରି ରୋଗ୍‌ରେ ପୀଡ଼ିତ ମା’ପୁଓ

 

କଲମପୁର, ୧୮।୨ (ଡି.ଏନ୍‌.ଏ.)-
କଳାହାଣ୍ଡି ଜିଲା କଲମପୁର ବ୍ଲକ ବଡ଼କୁଟ୍ରୁ ପଁଚେତ୍‌ ସଦର ଗଁ। ଓ୍ବାର୍ଡ ନଂ.୧ର ସୁଧାରାମ ଛତ୍ରିଆକଁର ମାଏକିନା ପିଙ୍କି ଛତ୍ରିଆ(୨୪) ଆର ପୁଓ ପ୍ରଭାସ ଛତ୍ରିଆ(୩) ରକତ୍‌ କମ୍‌ଜୋରି(ସିକଲସେଲ) ରୋଗ୍‌ରେ ପୀଡ଼ିତ ଅଛନ୍‌। ହେଲେ ପରିବାରଟା ନିହାତି ଗରିବ୍‌। ଟଁକା ପଏସା ଅଭାବୁ ସୁଧାରାମ ପୁଓ ମାଏକିନାର ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି ସେ ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ରହିଛନ୍‌।
ସୂଚନା ଅନ୍‌ସାରେ ବଡ଼କୁଟ୍ରୁ ପଁଚେତ୍‌ ସଦର ଗଁାର ଓ୍ବାର୍ଡ ନଂ.୧ର ସୁଧାରାମ ଛତ୍ରିଆକଁର ପରିବାର କହେଲେ ମାଏକିନା ପିଙ୍କି(୨୪) ଆର ପୁଓ ପ୍ରଭାସ(୩)କୁଁ ନେଇ ସଁସାର। ପରିବାରଟା ମୂଲୁ ସୁଖ୍‌ବାସୀ ଆଏ, ଜମିବାଡ଼ି, ଘରଡିହ, ସଁପତି ବଲି କିଛି ନାଇଁ। ସୁଧାରାମ କୁଲିମଜୁରି କରି କୁଟୁମ୍‌ ପୁଷୁଛନ୍‌। ଇଆଡ଼େ ସୁଧାରାମକଁର ନିଜର ଘରବାଡ଼ି ନାଇଁଥିବାର ଲାଗି ସେ ଗଁାରେ ଥିବାର ଶଶୁରବାଡ଼ିରେ ରହୁଛନ୍‌। ହେଲେ ଶଶୁର ଘର ବି ବହୁତ୍‌ ଗରିବ୍‌, ତାକର ବି ଘରଦୁଆର ବିଶେଷ ନଁାଇଁନ। ଏନ୍‌ତାଥି ଶଶୁର ରଙ୍କନିଧି ହରିଜନ ସ୍ବଚ୍ଛ ଭାରତ ମିଶନରେ ପାଇଥିବାର ପାଇଖାନା ଘରେ ସୁଧାରାମ କୁଟୁମବସିଆ ରହୁଛନ୍‌। ଏନ୍‌ତାଥି ମାସକେତେ ତଲେ ପୁଓ ପ୍ରଭାସକଁର ଦିହିପା ଖରାପ ହେଲାରୁ ସେ ଡାକ୍‌ତରଖାନା ନେଇ ଦେଖାଲେ। ସେଠାନେ ମା’ପୁଓର ରକତ ପରୀକ୍ଷାରୁ ଜନାପଡ଼ଲା ଯେ ଦୁହିଝନ ରକତ୍‌ କମ୍‌ଜୋରି ରୋଗ୍‌ରେ ପୀଡ଼ିତ ଅଛନ୍‌। ସେଦିନ୍‌ଠାନୁ ପ୍ରଭାସକଁର ଦିହିପା ଖରାପ ହେଲେ ସୁଧାରାମ ଅନେକ ସମିଆରେ ଧାରଉଧାର କରି ଡାକ୍‌ତରଖାନାରେ ଦଲାଲମାନକରନୁ ରକତ୍‌ ଘିନି ପୁଓର ଜୀବନ୍‌ ବଁଚେଇ ଆସୁଛନ୍‌। ଇଥିରଲାଗି ସେ ଲୁକ୍‌କରନୁ ଧାରଉଧାର କରି ଲାଗ୍‌ବରମସରେ ବୁଡ଼ିକରି ଅଛନ୍‌। ଶେଷ ଉପେ ଶୂଇନ୍‌ ହେଇ ସୁଧାରାମ ୧୧ା୨ା୨୦୨୦ରେ କଲମପୁର ବ୍ଲକରେ ଜିଲାପାଳକଁର ଜନଅଭିଯୋଗ ଶୁନାନି ଶିବିରରେ ନିଜର ଦୁଖ୍‌ ବଖାନିଥିଲେ। ଜିଲାପାଳ ଇ ଘଟନାକେ ଗୁରୁତ୍‌ ଦେଇ ସରକାର ସାହାଯ୍‌ ଲାଗି ବିଭାଗୀୟ କତୁରପକ୍ଷକୁଁ ନିରଦେଶ ଦେଇଥିଲେ। ଜିଲାପାଳକଁର ଅଭିଯୋଗ ଶୁନାନି ଶିବିରର ଦୁତୀଅ ଦିନ୍‌ରେ ସୁଧାରାମ ଦରକାରୀ କାଗଜପତର ବିପିଓକୁଁ ଦେଇଥିଲେ। ଗଲା ଶୁକୁରବାର ଗୁଟେ ଡାକ୍‌ତରି ଦଲ ସୁଧାରାମକଁର ଘରେ ପୁହୁଁଚିଥିଲେ। ସେମାନେ ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଯୋଜନାରେ ମା’ପୁଓକୁ ଚିକିଛା ଲାଗି ଭବାନୀପାଟଣା ମୁଖିଆ ଡାକ୍‌ତରଖାନାକେ ନେଇଥିଲେ। ହେଲେ କେହେନ୍‌ସି କାରନ୍‌ରୁ ସେଠାନେ ପରୀକ୍ଷା ନିରୀକ୍ଷା ନାଇଁ ହେଇପାରଲାରୁ ଫିରି ଆଏଲେ। ଇ ବାବ୍‌ଦେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିପିଓ ଦୀପକ କୁମାର ବେହେରାକୁଁ ପଚ୍‌ରାଲାରୁ ମା’ପୁଓ ରକତ୍‌ କମ୍‌ଜୋରି ରୋଗ୍‌ରେ ପୀଡ଼ିତ ଥିବାର ଖବର ପାଇଛୁଁ। ଆମେ ଦୁହିଁକୁ ଇ ହପ୍‌ତେ ଭିତରେ ଜିଲା ମୁଖିଆ ଡାକ୍‌ତରଖାନାକେ ନେଇ ଚିକିଛା କରାମୁ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଧାନ ଖଳା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଚାଷୀ ହଇରାଣ, ଏତେ ଲକ୍ଷ ଟଙ୍କାରେ…

କେସିଙ୍ଗା,୬।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତରେ ଚାଷୀଙ୍କ ସୁବିଧା ପାଇ ଗତ ୨୩-୨୪ ଆର୍ଥିକ ବର୍ଷରେ ଖଳା ନିର୍ମାଣ ପାଇଁ…

ବିଲ୍‌ ଆଦାୟରେ ଆଗୁଆ, ସେବାରେ ପଛୁଆ, ରାତିରେ ବିଦ୍ୟୁତ୍‌ ଗଲେ ମରାମତି ହେଉନି

ଭବାନୀପାଟଣା,୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଟାଉନରେ ରାତିରେ ବିଦ୍ୟୁତ୍‌ ଗଲେ ମରାମତି କରା ଯାଉ ନ ଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri