Categories: ଫୁରସତ

ଚା’ ଲାଗିବ ବିୟର୍‌ ପରି

ସକାଳକୁ ତାଜା ଓ ସତେଜ କରେ କପେ ଚା’। ଏହା ବିନା ତ ଅନେକଙ୍କର ଦିନ ଆରମ୍ଭ ହୁଏନା। ତେବେ କାହାକୁ କେଉଁ ପ୍ରକାର ଚା’ ପସନ୍ଦ ଥାଏ। ସ୍ବାସ୍ଥ୍ୟ ସଚେତନ ବ୍ୟକ୍ତି ଗ୍ରୀନ୍‌ ଟି, ବ୍ଲାକ୍‌ ଟି ପିଉଥିବା ବେଳେ ଅନ୍ୟମାନେ କ୍ଷୀର ପକା ସ୍ବାଦିଷ୍ଟ ଚା’ ପସନ୍ଦ କରନ୍ତି। ଚା’ର ଅନେକ ପ୍ରକାର ବି ରହିଛି। ତେବେ ନିକଟରେ ଏମିତି ଚା’ ଆସିଛି ଯାହା ନିଶାସକ୍ତ ବ୍ୟକ୍ତିଙ୍କୁ ନିଶ୍ଚୟ ଭଲ ଲାଗିବ। କାରଣ ଏହାର ସ୍ବାଦ ବିୟର ପରି। ହେଲେ ଏଥିରେ ଆଲକୋହଲ୍‌ ଆଦୌ ନାହିଁ। ‘ଭିକ୍ଟୋରିଆ ବିଟର୍‌’ ନାମକ ଅଷ୍ଟ୍ରେଲୀୟ ବିୟର କମ୍ପାନୀ ଏହାକୁ ତିଆରି କରିଛି।

Share