ଚାଷ ପାଇଁ ପାଣି ନାହିଁ: ମେଗା ପ୍ରକଳ୍ପ ଅଫିସ୍‌ରେ ତାଲା ପକାଇଲେ ଚାଷୀ

ଘଣ୍ଟାପଡା, ୧୯।୭ (ଡି.ଏନ.ଏ): ଅନିୟମିତ ବର୍ଷା ଯୋଗୁ ଘଣ୍ଟାପଡା ଅଞ୍ଚଳରେ ଧାନଚାଷ ଉଜୁଡିବାକୁ ବସିଲାଣି । ଆଷାଢ଼ ମାସ ସରି ଶ୍ରାବଣ ହେଲା, ବର୍ଷାର ନାଁ ଗନ୍ଧ ନାହିଁ । ପ୍ରଥମ ଲଘୁଚାପ ବର୍ଷାରେ ବୁଣା ହୋଇଥିବା ଧାନ ଓ ତଳି ମରିବାକୁ ବସିଲାଣି । ଲୋକେ ଏବେ କେତେକ ସ୍ଥାନରେ ଇନ୍ଦ୍ରପୂଜା, ବେଙ୍ଗବେଙ୍ଗୁଲି ବିବାହ, ଯଜ୍ଞ, ନାମ ସଂକୀର୍ତ୍ତନ ଆରମ୍ଭ କଲେଣି । ତଥାପି ବର୍ଷା ହେଉନାହିଁ । ଘଣ୍ଟାପଡା ସ୍ଥିତ ତେଲ ନଦୀରେ ମଧ୍ୟ ପାଣି ନାହିଁ । ଏପରି ପରିସ୍ଥିତିରେ ଚାଷୀମାନେ ମେଗା ପଏଣ୍ଟ ଉପରେ ଭରସା କରିଛନ୍ତି । ମାତ୍ର ୨୦୧୮ରୁ ଏହି ମେଗା ପଏଣ୍ଟ ଉଦଘାଟନ ହୋଇଥିଲେ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ଫଳରେ ମେଗା ପଏଣ୍ଟ ଚାଷୀଙ୍କ ଆବଶ୍ୟକତା ପୂରଣ କରିବାରେ ଅସମର୍ଥ । ଏହାର ପ୍ରତିବାଦରେ ଶୁକ୍ରବାର ସକାଳ ସାଢେ ୮ଟାରେ ଚାଷୀମାନେ ଘଣ୍ଟାପଡା ସ୍ଥିତ ତମ୍ବାସିନା ପାର୍ବତୀ ଗିରି ମେଗା ପ୍ରକଳ୍ପ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଘଟଣାକୁ ୧୮ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ମେଗା ପଏଣ୍ଟ ନିର୍ମାଣକାରୀ ଏଲଏଣ୍ଡଟି ସଂସ୍ଥାର କୌଣସି ଉଚ୍ଚ ପଦସ୍ଥ କର୍ମଚାରୀ କିମ୍ବା ସରକାରୀ ଅଧିକାରୀଙ୍କ ଦେଖାନାହିଁ । ଏପରିସ୍ଥଳେ ଲୋକମାନଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ପାଣଇ ନ ମିଳିଲେ ସମସ୍ତ ମେଶିନକୁ ଅଚଳ କରିବାକୁ ବାଧ୍ୟ ହେବୁ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଘଣ୍ଟାପଡା, ପୋଡାପଦର, ଲଣ୍ଡାପଦର, କୁନାସିନା, ସୁର୍କାଭଟ୍ଟା, ନାରଣପାଲି, ତାଲବେଡା, କୋଡିବାହାଲ, ତେନ୍ତୁଳିଖୁଣ୍ଟି ଗ୍ରାମର ଶତାଧିକ ଚାଷୀ ସାମିଲ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri