ଚାଷ ଦେଇଛି ପୁରସ୍କାର

ବଅଁରପାଳ, ୧୦।୮(ଡି.ଏନ୍‌.ଏ.) – ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ ବି ଚାଷକୁ କରିହେବ ପେସା। ଭଲ ଲାଭ ମିଳିପାରିବ ଏଥିରୁ। ଏହାକୁ ପ୍ରମାଣିତ କରିଛନ୍ତି ବଅଁରପାଳ ବ୍ଲକ କୁରୁଡୁଲୁ ଗ୍ରାମର ଦମ୍ପତି କୁମର ସାହୁ ଓ ତାଙ୍କ ସ୍ତ୍ରୀ ବିନୋଦିନୀ ସାହୁ। ବର୍ଷ ବର୍ଷ ଧରି ଏମାନେ ଧାନ ସହ ପରିବା ଚାଷ କରି ବେଶ୍‌ ସମୃଦ୍ଧ ହୋଇପାରିବା ସହ ଅନ୍ୟ ବ୍ୟବସାୟ ପାଇଁ ମଧ୍ୟ ଅର୍ଥ ବାହାର କରିପାରିଛନ୍ତି। କେବଳ ଏତିକି ନୁହେଁ, ଚାଷରେ ଅର୍ଜନ କରିଥିବା ସଫଳତା ପାଇଁ ସେମାନଙ୍କୁ ଅନେକ ସ୍ଥାନରୁ ପୁରସ୍କାର ମଧ୍ୟ ମିଳିଛି।
କୁମରଙ୍କ ଶିକ୍ଷାଗତ ଯୋଗ୍ୟତା ଅଧିକ ନୁହେଁ। ଗଁା ସ୍କୁଲରେ ୫ମ ଶ୍ରେଣୀ ଯାଏ ପଢ଼ିଛନ୍ତି। ବାପା ନାରାୟଣ ସାହୁ ଚାଷ କାର୍ଯ୍ୟ କରୁଥିଲେ। ତାଙ୍କ ପରେ କୁମର ଚାଷ ସମ୍ଭାଳିଛନ୍ତି। ବର୍ତ୍ତମାନ ସେ ୪ ଏକର ଜମିରେ ଧାନ ଓ ୨ ଏକରରେ ଭେଣ୍ଡି, କଦଳୀ, ବାଇଗଣ, କାକୁଡି, ଟମାଟୋ, କଖାରୁ, ଅମୃତଭଣ୍ଡା, ଆଳୁ ଆଦି ପରିବା ଲଗାଇଛନ୍ତି। ସକାଳୁ ସନ୍ଧ୍ୟା ଯାଏ ଉଭୟ ବିନୋଦିନୀ ଓ କୁମାର ଚାଷ କାର୍ଯ୍ୟ କରନ୍ତି। ବର୍ଷ ତମାମ ପରିବା ଫସଲ ଅମଲ କରୁଥିବାରୁ ଦୈନିକ ଆଖପାଖ ଅଞ୍ଚଳର ବ୍ୟବସାୟୀମାନେ ତାଙ୍କ ଘରକୁ ଆସି ତାଜା ପରିବା କିଣି ନେଇଥାନ୍ତି। ଅନେକ ସମୟରେ ନିଜେ କୁମର ମଧ୍ୟ ବାଡି ପରିବା ବିଭିନ୍ନ ହାଟ ବଜାରରେ ବିକ୍ରି କରିଥାନ୍ତି। ଜଣେ ଭଲ ପରିବା ଚାଷୀ ହୋଇଥିବାରୁ ତାଙ୍କୁ ଅନେକ ସ୍ଥାନରୁ ପୁରସ୍କାର ମିଳିଛି। ଏପରି କି ବିଭିନ୍ନ ଜିଲାରେ ଅନୁଷ୍ଠିତ ପ୍ରଦର୍ଶନୀରେ ଓ ପଶ୍ଚିମବଙ୍ଗରୁ ମଧ୍ୟ ପୁରସ୍କାର ପାଇଛନ୍ତି। ଏହି ପରିବା ଚାଷରୁ ମିଳୁଥିବା ଅର୍ଥରେ କୁମର ଏକ ଟେଣ୍ଟ ହାଉସ କରିଛନ୍ତି। ବିବାହ, ବ୍ରତ ସମେତ ଗ୍ରାମରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସେ ଟେଣ୍ଟ ହାଉସ ସାମଗ୍ରୀ ଭଡାରେ ଲଗାଇ ଅଧିକ ଅର୍ଥ ରୋଜଗାର କରିପାରୁଛନ୍ତି। ଗୋଟିଏ ଝିଅ ଓ ୨ ପୁଅଙ୍କୁ ନେଇ ପରିବାର କରିଥିବା ବିନୋଦିନୀ ଓ କୁମର ଠିକା ଶ୍ରମିକ ଭାବେ କେଉଁ କମ୍ପାନୀରେ ଖଟିବା ଅପେକ୍ଷା ଚାଷକୁ ପେଶା କରି ବେଶ୍‌ ଭଲରେ ଚଳୁଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ

ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

ମାଛ ଜାଲରେ ଛନ୍ଦି ହୋଇ ଫସିଲା ହାତୀ ଛୁଆ, ୧୨ଘଣ୍ଟା ପରେ…

ପାଲଲହଡ଼ା,୨୩।୧(ଦିବ୍ୟଜ୍ୟୋତି ଦାଶ): ଅନୁଗୁଳ ଜିଲା ପାଲଲହଡା ବନାଞ୍ଚଳ ଦେବଗଡ଼ ବନ ଖଣ୍ଡ ଅନ୍ତର୍ଗତ ହରିପୁର ଗ୍ରାମ ନିକଟରେ ଥିବା ରେଙ୍ଗାଳି ନଦୀନ୍ଧ ରେ ବିଛା ଯାଇଥିବା ମାଛ…

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ ଯାଉଥିବାବେଳେ…

ଶିକାର ପାଇଁ ଖଞ୍ଜିଥିବା ବୋମା ଚୋବାଇ ହାତୀର ମୃତ୍ୟୁ, ବନ ବିଭାଗର ଅବହେଳା ଅଭିଯୋଗ

ଅନୁଗୋଳ ୧୮/୦୧(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀର ମୃତଦେହ…

ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ହାତୀ ଗୁରୁତର! ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରାଣୀ ପ୍ରେମୀ ଚ଼ିନ୍ତାରେ…

ଅନୁଗୋଳ,୧୫।୧ (ମାନସ ବିଶ୍ୱାଳ ): ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ବାଳୁଅକଟା ଗାଁ ପଥରଗଡ଼ ସାହି ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ଅସୁସ୍ଥ ଅଣ୍ଡିରା ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri