ଅନୁଗୋଳ ଅଫିସ, ୧୪।୧୧ – ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଏଣିକି ଗାଁ ଗାଁ ବୁଲିବେ ଗ୍ରାମୀଣ କୃଷି କର୍ମଚାରୀ। ଚାଷୀଙ୍କ ସହ ବୈଠକ କରି ଉନ୍ନତ ଜ୍ଞାନକୌଶଳ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇବେ। ଅନୁଗୋଳ ଜିଲାର କେତେକ ପଞ୍ଚାୟତରେ ଏପରି କାର୍ଯ୍ୟ ଆରମ୍ଭ ହୋଇଗଲାଣି।
ଅନୁଗୋଳ ଜିଲାରେ ଥିବା ୨୨୫ଟି ପଞ୍ଚାୟତ ପାଇଁ ଏବେ ଗ୍ରାମ୍ୟ କୃଷି କର୍ମଚାରୀ ନିୟୋଜିତ ହୋଇଛନ୍ତି। ପ୍ରତି ୩ରୁ ୪ଟି ପଞ୍ଚାୟତ ପାଇଁ ଜଣେ ଲେଖାଏ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏମାନେ ମାସର ଏକ ନିର୍ଦ୍ଦିଷ୍ଟ ଦିନରେ ପଞ୍ଚାୟତ କାର୍ଯ୍ୟାଳୟରେ ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ସମାଧାନ କରିବା ସହ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବେ। ଯଦି କୃଷି କର୍ମଚାରୀ ସମସ୍ୟାର ସମାଧାନ କରି ନ ପାରନ୍ତି ତା’ହେଲେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟକୁ ତାହା ନିଆଯିବ। ଏହି କୃଷି କର୍ମଚାରୀମାନେ ଚାଷ କାର୍ଯ୍ୟର ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଚାଷୀଙ୍କୁ ଅବଗତ କରିବେ। ଏଥିସହ ରୋଗ ପୋକ ନିୟନ୍ତ୍ରଣ, ଫାର୍ମ ସବ୍ସିଡ୍ ଓ ଅନ୍ୟାନ୍ୟ ଚାଷ ସମ୍ପର୍କିତ ସୂଚନା ଚାଷୀଙ୍କୁ ଦେବେ। ଏହି କୃଷି କର୍ମଚାରୀମାନେ ଅନ୍ଲାଇନ୍ରେ ମଧ୍ୟ ଚାଷୀଙ୍କୁ ପରାମର୍ଶ ଦେଇପାରିବେ। ବିଭିନ୍ନ ବ୍ଲକରେ ଚାଷୀଙ୍କୁ ନେଇ ମାସକୁ ଦୁଇଥର କର୍ମଶାଳା ଆୟୋଜନ କରାଯିବ। ମାସର ପ୍ରଥମ ଓ ତୃତୀୟ ଶନିବାର ଏହି କର୍ମଶାଳା ପ୍ରତି ବ୍ଲକ କାର୍ଯ୍ୟାଳୟରେ ହେବ। ଏଥିରେ କୃଷି ଅଧିକାରୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ। ଜିଲାରେ ଗ୍ରାମ୍ୟ କୃଷି କର୍ମଚାରୀ ପଦବୀ ସଂଖ୍ୟା ୧୨୩ ଥିଲେ ବି ୬୯ ଜଣ କାର୍ଯ୍ୟ କରୁଛନ୍ତି। ବାକି ପଦବୀ ଖାଲି ପଡ଼ିଥିବା ଜିଲା କୃଷି ଉପନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ଆଗାମୀ ଡିସେମ୍ବର ୧ରୁ କୃଷି ବିଭାଗରେ ରାଜ୍ୟ ସରକାରଙ୍କ ମୋ ସରକାରରେ ଥିବା ୫-ଟି କାର୍ଯ୍ୟକାରୀ ହେବ। ଚାଷୀଙ୍କ ସହ ଜିଲାରେ ଥିବା କୃଷି ବିଭାଗ କିପରି ସମନ୍ବୟ ରକ୍ଷା କରୁଛି ସେ ସମ୍ପର୍କରେ ସରକାର ସିଧାସଳଖ ଭାବେ ପଚାରି ବୁଝିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ଚାଷୀଙ୍କ ସମସ୍ୟା ସମାଧାନ କରିବ କୃଷି ବିଭାଗ: ପଞ୍ଚାୟତ ବୁଲି ଜ୍ଞାନ ବାଣ୍ଟିବେ ଗ୍ରାମୀଣ କୃଷି କର୍ମଚାରୀ
ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…
ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...
ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…
ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...
ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ
ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...
ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା
ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...
ଆଉଘରକୁ ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍ ସହ ହେଲା…
ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...
ଗଛରେ ପିଟିହେଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ
ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...
ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ
ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...
ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି
ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...
Archives


