ଚାଷୀଙ୍କ ନିଦ ହଜାଇଛି ଅଦିନିଆ ବର୍ଷା

ମାର୍ଶାଘାଇ, ୨୭।୪ (ଡି.ଏନ୍‌.ଏ.)-କୋରୋନ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ କରାଯିବା ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାନ୍ତ ହୋଇଥିବା ବେଳେ ଏବେ ଅଦିନିଆ ବର୍ଷା ଚାଷୀଙ୍କ ନିଦ ହଜାଇ ଦେଇଛି। ଲକ୍‌ଡାଉନ୍‌ ଯୋଗୁ ପନିପରିବା ବିକ୍ରି ଉପରେ ପ୍ରଭାବ ପଡ଼ିଥିବା ବେଳେ ଖରାଦିନିଆ ଫସଲ ବିକ୍ରି ମଧ୍ୟ ବହୁମାତ୍ରାରେ ପ୍ରଭାବିତ ହୋଇଛି। ତେବେ ଦ୍ୱିତୀୟ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଚାଲିବାର କିଛି ଦିନ ପରେ ସରକାର ଚାଷ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରିଥିବା ବେଳେ କାଳ ବୈଶାଖି ଓ ଲଗାଣ ବର୍ଷା ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଗତବର୍ଷ ଫନୀ ସାମୁଦ୍ରିକ ଝଡ଼ ଯୋଗୁ ଚାଷୀମାନେ ବହୁ କ୍ଷତି ସହିଥିବା ଚଳିତବର୍ଷ କରୋନା ଓ ବର୍ଷା ଚାଷ କାର୍ଯ୍ୟରେ ବାଧା ଉପୁଯାଇଛି।
ମାର୍ଶାଘାଇ ବ୍ଲକର ମାର୍ଶାଘାଇ, ଦୁମୁକା, ତାଳସଙ୍ଗା, ବେରୁହାଁ, ମଙ୍ଗରାଜପୁର, ଗରଜଙ୍ଗା, ହିନ୍ଦୁଳିଆ ଆଦି ପଞ୍ଚାୟତର ଚାଷୀମାନେ ପ୍ରାୟ ୩୫ଶହ ହେକ୍ଟର ଚାଷ ଜମିରେ ମୁଗ ଓ ବିରି ଆଦି ଡାଲି ଜାତୀୟ ଫସଲ ଚାଷ କରିଥିଲେ। କିନ୍ତୁ ପ୍ରାକୃତିକ ଦୁର୍ବିପାକ ଯୋଗୁ ସମସ୍ତ ଫସଲ ନଷ୍ଟ ହୋଇଥିବାରୁ ଚାଷୀଙ୍କ ମନୋବଳ ଭାଙ୍ଗି ଯାଇଛି। ଫସଲ ଅମଳ ହେବାର ଦିନ କେଇଟା ପୂର୍ବରୁ ଲକ୍‌ଡାଉନ୍‌ ଆରମ୍ଭ ହୋଇଥିବାରୁ ଫସଲ ଅମଳ ହୋଇପାରି ନ ଥିଲା। ଏବେ ଚାଷକୁ ଏକ୍‌ଡାଉନ୍‌ କଟକଣାରୁ ବାଦ୍‌ ଦିଆଯାଇଥିଲେ ବି ଲଗାଣ ବର୍ଷା ଯୋଗୁ ଏ ବର୍ଷ ବି ରବି ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯିବା ଆଶଙ୍କା ପ୍ରକାଶ ପାଇଛି ବୋଲି ଚାଷୀମାନେ କହିଛନ୍ତି। ମାତ୍ର ୧୦ ଭାଗ ଚାଷୀ ବିଲରୁ ମୁଗ ଖଳାକୁ ଆଣିଥିବା ବେଳେ ଅନ୍ୟ ଚାଷୀଙ୍କ କିଆରିରେ ପାଣି ଜମି ମୁଗ ଗଜା ହେବାକୁ ବସିଲାଣି। ଅନ୍ୟପଟେ ଅଦିନିଆ ବର୍ଷା ଯୋଗୁ ମୁଗ ବିଲରେ କାଳମୁଣ୍ଡି ପୋକ ଲାଗି ଫସଲ ନଷ୍ଟ କରୁଥିବା ବେଳେ ଏବେ ବର୍ଷା ଯୋଗୁ ବିଲରେ ପାଣି ଭର୍ତ୍ତି ହୋଇରହିଛି। ଏଭଳି ସ୍ଥିତିରେ ମୁଗ ଅମଳ କରିବା ସମ୍ଭବ ନୁହେଁ ବୋଲି ଚାଷୀମାନେ କହିଛନ୍ତି। ପ୍ରଶାସନ ପକ୍ଷରୁ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରାଯିବା ସହ ସରକାରୀ ସହାୟତା ଯୋଗାଇଦେବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା କୃଷି ଅଧିକାରୀ ଶାରଦା ମିଶ୍ରଙ୍କୁ ପଚାରିବାରେ ଚାଷୀମାନେ ବହୁ କ୍ଷତିଗ୍ରସ୍ତ ହୋଇଛନ୍ତି। କ୍ଷୟକ୍ଷତି ଆକଳନ କରାଯାଇ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri