Categories: ଜାତୀୟ

ଚାଳକଙ୍କୁ ହୃଦ୍‌ଘାତ ଯୋଗୁ ପେଟ୍ରୋଲ ପମ୍ପରେ ପଶିଲା ଟ୍ରକ

ଭୋପାଳ,୪।୯: ମଧ୍ୟପ୍ରଦେଶ ସାଗର ସହର କେଣ୍ଟ ଥାନା ଅଞ୍ଚଳ ନିକଟ ଏକ ବାଇପାସ୍‌ରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଗ୍ୟାସ ସିଭିଣ୍ଡର ଭର୍ତ୍ତି ଥିବା ଟ୍ରକ୍‌ଟି ବାଇପାସ୍‌ ଦେଇ ଯାଉଥିବା ବେଳେ ହଠାତ୍‌ ଚାଳକଙ୍କୁ ହୃଦ୍‌ଘାତ ଆସିଥିଲା। ଏଥିଯୋଗୁ ଟ୍ରକଟି ଭାରସାମ୍ୟ ହରାଇ ବାଇପାସ୍‌ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ଭିତରକୁ ପଶିଆସି ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଟ୍ରକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ପେଟ୍ରୋଲ ଭରିବା ପାଇଁ ଆସିଥିବା ୩ଜଣ ଲୋକ ଆହତ ହୋଇଛନ୍ତି। ସୋମନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share