ଚାଲି ଚାଲି ବିଶାଖାପାଟଣାରୁ ଉତ୍ତରପ୍ରଦେଶ

ନୂଆପଡା ଅଫିସ,୧୨ା୫: କରୋନା ପାଇଁ ସାରା ଦେଶ ଲକ୍‌ ଡାଉନ୍‌ ରହିଛି। କାମ ଧନ୍ଦା ବନ୍ଦ ହୋଇଯିବାରୁ ଶ୍ରମିକମାନେ ଚିନ୍ତାରେ ପଡ଼ିଛନ୍ତି। ଗାଡ଼ିମୋଟର ବନ୍ଦ ଥିବାରୁ ଲୋକେ ଯିଏ ଯେଉଁଠି ଅଟକି ରହିଛନ୍ତି। ଆଉ କେତେକ ସାଇକେଲ ଅଥବା ଚାଲି ଚାଲି ଘରମୁହାଁ ହୋଇଛନ୍ତି। ଭିଟାମାଟିରେ ପହଞ୍ଚିବାକୁ ଲୋକେ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଚାଲି ଚାଲି ଚାଲି ହଜାର ହଜାର କି.ମି. ରାସ୍ତା ଅତିକ୍ରମ କରୁଛନ୍ତି। ମଙ୍ଗଳବାର ୧୫ଜଣ ଶ୍ରମିକ ବିଶାଖାପାଟଣାରୁ ଚାଲି ଚାଲି ଉତ୍ତର ପ୍ରଦେଶର ଗୋରଖପୁର ଓ ଛତିଶଗଡ ଯିବାବାଟରେ ନୂଆପଡ଼ାରେ ଆସି ପହଞ୍ଚିଛନ୍ତି। ଏଠାରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ନିକଟରେ ଥିବା ଅସ୍ଥାୟୀ ଶ୍ରମିକ ଶିବିର ନିକଟରେ ଏନ୍‌ଏସି ତରଫରୁ ଏମାନଙ୍କୁ ଆଶ୍ରୟ ଦିଆଯାଇଥିଲା। ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘର କର୍ମକର୍ତ୍ତା ଏମାନଙ୍କୁ ଖାଦ୍ୟ ପାନୀୟ ଯୋଗାଇ ଦେଇଥିଲେ। ମଧ୍ୟାହ୍ନରେ ସେମାନେ ନୂଆପଡ଼ା ଛାଡିବାବେଳେ କହିଛନ୍ତି ଯେ, ବାଟରେ ସେମାନଙ୍କୁ କୌଣସି ଗାଡ଼ିମୋଟର ଉଠାଉ ନାହାନ୍ତି। ଏଣୁ ଚାଲି ଚାଲି ଯିବାକୁ ପଡ଼ୁଛି। ପାଖରେ ଥିବା ଟଙ୍କା ସର ିଯାଇଛି। ବାଟରେ ଯିଏ ଯାହା ଦେଲା ଖାଇପିଇ ଆଗକୁ ଚାଲୁଛନ୍ତି।