ଚାରୁ ଅସୋପାଙ୍କୁ ବିବାହ କରିବେ ସୁଷ୍ମିତା ସେନଙ୍କ ଭାଇ ରାଜୀବ, ପ୍ରି-ଓ୍ବେଡିଂ ଫଟୋ ଭାଇରାଲ

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ସୁଷ୍ମିତା ସେନଙ୍କ ଭାଇ ରାଜୀବ ସେନ। ଭାରତୀୟ ରୀତିନୀତି ଅନୁଯାୟୀ ଗୋଆରେ ବିବାହ ଅନୁଷ୍ଠିତ ହେବ। ରାଜୀବ ପ୍ରେମିକା ଚାରୁ ଅସୋପାଙ୍କୁ ଜୀବନସାଥୀ ଭାବେ ବାଛିଛନ୍ତି। ତେବେ ବିବାହ ପୂର୍ବରୁ ଉଭୟ ପ୍ରି-ଓ୍ବେଡିଂ ଫଟୋଶୁଟ କରିଛନ୍ତି। ଏହି ସମୟର କିଛି ଫଟୋ ଏବେ ଭାଇରାଲ ହେଉଛି। ଫଟୋଗୁଡ଼ିକରେ ଉଭୟ ପର୍‌ଫେକ୍ଟ କପଲ୍‌ ଦେଖାଯାଉଛନ୍ତି।
ଉଭୟ ବିବାହକୁ ନେଇ ଉତ୍ସାହିତ ଅଛନ୍ତି। ପୂର୍ବରୁ ଚାରୁ ନୀରଜ୍‌ ମାଲବୀୟଙ୍କ ପ୍ରେମରେ ଥିଲେ। ବିବାହ ପର୍ଯ୍ୟନ୍ତ କଥା ଯାଇଥିଲେ ସୁଦ୍ଧା ତାହା ହୋଇପାରି ନ ଥିଲା। ଶେଷରେ ଚଳିତ ବର୍ଷ ଜାନୁଆରୀରେ ଚାରୁ ଓ ରାଜୀବ ସମ୍ପର୍କରେ ଥିବା ଜଣାପଡ଼ିଥିଲା। ଏବେ ଉଭୟ ଏହାକୁ ଆଉ ଟିକେ ଆଗକୁ ନେବାକୁ ନିଷ୍ପତ୍ତି ନେଇ ବିବାହ କରିବାକୁ ଯାଉଛନ୍ତି। ରାଜସ୍ଥାନୀ ଓ ବଙ୍ଗାଳୀ ରୀତିନୀତି ମୁତାବକ ବିବାହ ହେବ। ଏହା ପୂର୍ବରୁ ଉଭୟ ଖ୍ରୀଷ୍ଟିଆନ୍‌ ଥିମ୍‌ ଅନୁଯାୟୀ ନିର୍ବନ୍ଧ କରିବେ।

Share