ଫୁଲବାଣୀ ଅଫିସ, ୧୨ା୫- କରୋନାକୁ ପ୍ରତିହତ କରିବା ଲାଗି ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି। କନ୍ଧମାଳ ଜିଲା ମେଡିକାଲରେ କର୍ମଚାରୀ ଅଭାବକୁ ଦୃଷ୍ଟିରେ ରଖି କେବଳ କୋଭିଡ-୧୯ ମୁକାବିଲା ପାଇଁ ଏଏନ୍ଏମ୍ ଏବଂ ଜିଏନ୍ଏମ୍ ତାଲିମଧାରୀଙ୍କୁ ଆଉଟ ସୋର୍ସିଂ ସଂସ୍ଥା ପକ୍ଷରୁ ନିଯୁକ୍ତି ଦିଆଯାଇଛି ା ଏହି ଚାକିରି ଏକ ପ୍ରକାର ସମୟ ସାପେକ୍ଷ ହୋଇଥିଲେ ହେଁ, ନିଯୁକ୍ତି ଦେଇଥିବା ସଂସ୍ଥା ଏହା ସ୍ଥାୟୀ ହେବ କହି ଅର୍ଥ ଲୁଟିଛି ା ନିଯୁକ୍ତି ପାଇଁ ଆବେଦନକାରୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରତ୍ୟେକଙ୍କଠାରୁ ୧୦ରୁ ୧୫ ହଜାର ଟଙ୍କା ନେଇଛି ା ସଂସ୍ଥାର ଜଣେ କର୍ମଚାରୀ ଏପରି କରିଥିବା କେତେଜଣ ନିଯୁକ୍ତିଧାରୀ କହିଛନ୍ତି। ସେମାନେ ଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଛନ୍ତି। ସଂସ୍ଥାର ନୟାଗଡ଼ର ଜଣେ କ୍ଲିନିକାଲ ସୁପରଭାଇଜର ଏପରି କରିଥିବା ଏବେ ଚର୍ଚ୍ଚାର ପରିସରକୁ ଆସିଛି ା କୋଭିଡ-୧୯କୁ ପ୍ରତିହତ କରିବା ପାଇଁ ଅସ୍ଥାୟୀ ନିଯୁକ୍ତିରେ ଏଭଳି କାରନାମା କରାଯାଇଥିବାରୁ ନିଯୁକ୍ତିଧାରୀଙ୍କ କ୍ଷେତ୍ରରେ ଅସନ୍ତୋଷ ପ୍ରକାଶ ପାଇଛି ା
ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏଏନ୍ଏମ୍ ଏବଂ ଜିଏନ୍ଏମ୍ ତାଲିମଧାରୀଙ୍କୁ ସମ୍ପୃକ୍ତ ଆଉଟ ସୋର୍ସିଂସଂସ୍ଥା ନିଯୁକ୍ତି ଦେଇଛି ା ଏହା କିଛି ମାସ ପାଇଁ ହୋଇଥିବା ବେଳେ ଚାକିରି କରିବା ପାଇଁ ଆବେଦନ କରିଥିବା ତାଲିମଧାରୀଙ୍କୁ ସଂସ୍ଥାର ସମ୍ପୃକ୍ତ କ୍ଲିନିକାଲ ସୁପରଭାଇଜର ବିଭିନ୍ନ ପ୍ରଲୋଭନ ଦେଖାଇ ଅର୍ଥ ନେଇଛନ୍ତି। ଆଶାୟୀ ଥିବା କର୍ମଚାରୀ ଚାକିରି ଆଶାରେ ମାନସିକ ଭାବେ ପ୍ରଭାବିତ ହୋଇ ଏହାଦେବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲେ। ଏହି ଘଟଣାର ତଦନ୍ତ କରାଯାଇ ସମ୍ପୃକ୍ତ କ୍ଲିନିକାଲ ସୁପର ଭାଇଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ଯେଉଁଠି ଚାକିରିରେ କର୍ମଚାରୀଙ୍କ ଭବିଷ୍ୟତ ନାହିଁ ଏବଂ କୋଭିଡ-୧୯ ମୁକାବିଲାରେ ନିୟୋଜିତ ହୋଇ ଜୀବନ ମରଣ ସହ ସଂଗ୍ରାମ କରିବେ, ସେଠାରେ ଏଭଳି କରାଯିବା କେତେଦୂର ସମୀଚନ ତାହାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇବା ସହ ସମାଲୋଚନା କରିଛନ୍ତି।
ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…
ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...
ଓଡ଼ିଶା ଆସିବେ CJI: ପ୍ରଥମ ଥର ପାଇଁ…
ଭୁବନେଶ୍ୱର,୧୨।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତା ରବିବାର ଓଡ଼ିଶା ଆସିବେ । CJI ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର...
ଗଞ୍ଜାମର ୪୧ ଡିଗ୍ରୀ କଲେଜକୁ ଅର୍ଥ ଅନୁମୋଦନ
ଭଞ୍ଜନଗର,୧୨ା୧୨(ବାବୁଲା ପ୍ରଧାନ): କଲେଜ ପଢୁଆ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ବଢ଼ିବା ଲକ୍ଷ୍ୟ ନେଇ ସରକାର ସେମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରୁଛନ୍ତି। ଏହିଭଳି...
ଦାୟିତ୍ୱ ନେଲେ ନବନିର୍ବାଚିତ ଅଧ୍ୟକ୍ଷା, ନୂଆ ରୂପରେଖ ନେଇ କହିଲେ…
କୁନ୍ଦୁରା,୧୨ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନରେ ସ୍ବାଧୀନ ଭାବେ ବିଜୟୀ ହୋଇ ଦାୟିତ୍ୱ ନେଲେ ବନିତା କାନ୍ଦଲିଆ। ବହୁ ବାଦବିବାଦ...
ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ମାଲକାନଗିରି ରିପୋର୍ଟ
ଭୁବନେଶ୍ୱର,୧୨ା୧୨: ମାଲକାନଗିରି ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦିଆଯାଇଛି ରିପୋର୍ଟ। ମୁଖ୍ୟମନ୍ତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏହି ରିପୋର୍ଟ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କେଭି...
ଆହୁରି ୨ଦିନ ପ୍ରବଳ ଶୀତ: ଆଜି ୯ ଜିଲାକୁ ଓ୍ୱାର୍ନିଂ
ଭୁବନେଶ୍ୱର,୧୨।୧୨: ଆହୁରି ୨ ଦିନ ଯାଏ ଶୀତ ଲହରି ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି...
ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେବ ଶ୍ମଶାନ ଘାଟ
ପୁରୁଷୋତ୍ତମପୁର,୧୨ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମୃତଦେହ ଦାହ କରିବା ଓ କ୍ରିୟାକର୍ମ କରିବା ସହ ମୃତବ୍ୟକ୍ତିଙ୍କ ଅସ୍ଥି ରଖିବା ଲୋକଙ୍କ ଲାଗି ସମସ୍ୟା ପାଲଟିଥିବାବେଳେ...
ପ୍ରସ୍ତାବିତ ଷ୍ଟିଲ୍ ପ୍ଲାଣ୍ଟ ପାଇଁ କଡ଼ା ସୁରକ୍ଷାରେ ଚାଲିଛି ଗ୍ରାମସଭା: ଗ୍ରାମବାସୀଙ୍କ ଏସବୁ ଦାବି ପୂରଣ ନ ହେଲେ…
ପାଟଣା,୧୨ା୧୨(ବୀରକିଶୋର ଦାଶ): ପ୍ରସ୍ତାବିତ ଷ୍ଟିଲ୍ ପ୍ଲାଣ୍ଟ ପାଇଁ ଭୃଙ୍ଗରାଜପୋଷିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗ୍ରାମସଭା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ବାସିନ୍ଦା କହିଛନ୍ତି ଆମ ଭିଟା...
Archives


