ଚାକିରି ନାଁରେ ଠକେଇ: ଜଣେ ଗିରଫ

କଟକ ଅଫିସ,୯ା୯ : ବିଦେଶରେ ଚାକିରି କରାଇ ଦେବାକୁ କହି ଟଙ୍କା ଠକି ନେବା ଅଭିଯୋଗରେ ବାଦାମବାଡି ପୋଲିସ ସେଖ୍‌ ମୋବିନ ନାମକ ଜଣେ ବ୍ୟକ୍ତିଙ୍କୁ ରବିବାର ଗିରଫ କରିଛି। ତାଙ୍କ ଘର ଚଣ୍ଡିଖୋଲ ଅଞ୍ଚଳରେ ହୋଇଥିବାବେଳେ ସେ ଦୀର୍ଘଦିନ ଧରି ବକ୍ସିବଜାର ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ।
ଅଭିଯୋଗ ଅନୁଯାୟୀ, କଟକସ୍ଥିତ ପିସି ସରକାର ଲେନ୍‌ର ପ୍ରଦୀପ କୁମାର ବେହେରା ଆଇଟିଆଇ ସାରିବା ପରେ ଚାକିରି ଅନୁସନ୍ଧାନରେ ଥିଲେ। ଏହି ସମୟରେ ସେ ମୋବିନଙ୍କ ସଂସ୍ପର୍ଶରେ ଆସିଥିଲେ। ସିଙ୍ଗାପୁରରେ ତାଙ୍କର ବଡ ବଡ କମ୍ପାନୀ ସହ ସମ୍ପର୍କ ଅଛି ଓ ସେ କମ୍ପାନୀରେ ଚାକିରି କରାଇ ଦେବେ ବୋଲି ପ୍ରଦୀପଙ୍କୁ କହିଥିଲେ। ଏପରି କି ବିଶ୍ୱାସ ଜିତିବା ପାଇଁ ମୋବିନ ତାଙ୍କୁ ସିଙ୍ଗାପୁରର ଜାଲ୍‌ କାଗଜପତ୍ର ଦେଖାଇଥିଲେ। ବିଦେଶରେ ଚାକିରି କରିବାକୁ ହେଲେ ଭିଜା ଓ ପାସ୍‌ପୋର୍ଟ ଦରକାର କହି ଏ ବାବଦରେ ପ୍ରଦୀପଙ୍କ ପାଖରୁ ୪୦ହଜାର ଟଙ୍କା ନେଇଥିଲେ। ଟଙ୍କା ପାଇବା ପରେ ମୋବିନଙ୍କ ଫୋନ ଲାଗି ନ ଥିଲା। ପ୍ରଦୀପ ଅନେକ ଚେଷ୍ଟା କରି ବିଫଳ ହୋଇଥିଲେ। କିଛିଦିନ ପରେ ମୋବିନ ଫୋନ୍‌ କରି ପ୍ରଦୀପଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ। ୧୦ହଜାର ଟଙ୍କା ଦେଲେ ତାଙ୍କୁ ସେ କାଗଜପତ୍ର କରାଇଦେବେ ବୋଲି କହିଥିଲେ। ପ୍ରଦୀପ ଟଙ୍କା ଦେବାକୁ ତାଙ୍କୁ କଟକ ଡାକିଥିଲେ। ହେଲେ ସେ କଟକ ନ ଆସି କନ୍ଦରପୁରରେ ଦେଖାହେବ ବୋଲି କହିଥିଲେ। ପରେ ପ୍ରଦୀପ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସର ୩ ଜଣିଆ ଟିମ ପ୍ରଦୀପଙ୍କୁ ନେଇ କନ୍ଦରପୁର ଯାଇଥିଲା। ପ୍ରଦୀପ କାଗଜପତ୍ର ପାଇଁ ମୋବିନଙ୍କୁ ଟଙ୍କା ଦେବାବେଳେ ସାଦା ପୋଷାକରେ ଥିବା ପୋଲିସ ତାଙ୍କୁ କାବୁ କରି ନେଇଥିଲେ। ପୋଲିସ ତାଙ୍କ ପାଖରୁ ୪୦ହଜାର ଟଙ୍କା ସମେତ ଜାଲ କାଗଜପତ୍ର ଜବତ କରିଛି। ଏ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏହିପରି ଅନେକ ଯୁବକଙ୍କୁ ସେ ଚାକିରି କରାଇ ଦେବା ବାହାନାରେ ଠକିଥିବା କଥା ପୋଲିସ ସନ୍ଦେହ କରୁଛି। ଏ ନେଇ ପୋଲିସ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

ସରକାରଙ୍କ ବଡ ପଦକ୍ଷେପ: ରସୁଲଗଡ଼ରେ ହେବ ୫୦୦ ମିଟରର ସ୍କାଏୱାକ୍‌

ଭୁବନେଶ୍ବର,୧୮।୨: ରାଜଧାନୀର ଜାତୀୟ ରାଜପଥ-୧୬ରେ ଆଉ ରହିବନି ଦୁର୍ଘଟଣାର ଭୟ। ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI। ପଳାଶୁଣିରୁ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri