Categories: ଜାତୀୟ

ଚାକିରି ଅଛି ହେଲେ ଯୋଗ୍ୟତାର ଅଭାବ ରହିଛି

ବରେଲି,୧୫।୯: କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର କହିଛନ୍ତି ଦେଶରେ ଚାକିରିର ଅଭାବ ନାହିଁ ହେଲେ ଉତ୍ତର ଭାରତରେ ଯୋଗ୍ୟତା ନାହିଁ। କାରଣ ଯେଉଁମାନେ ଏଠାକୁ ଚାକିରି ଦେବାକୁ ଆସୁଛନ୍ତି ସେମାନଙ୍କ କହିବା କଥା ହେଲା ପଦବୀ ଅନୁଯାୟୀ ଯୋଗ୍ୟତା ନାହିଁ। ସେ କହିଛନ୍ତି ମୋଦି ସରକାର ଦେଶରେ ଛୋଟ ବ୍ୟବସାୟୀଙ୍କୁ ଉଦ୍ଦ୍ୟୋଗି କରିବାକୁ ଚେଷ୍ଟା କରିଛନ୍ତି। ଯାହା ଫଲରେ ଦେଶରେ ରୋଜଗାରର ମାଧ୍ୟମ ବୃଦ୍ଧି ପାଇବ। ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବାକୁ ମଧ୍ୟ ପଦକ୍ଷେପ ନେଇଛନ୍ତି। ୨୦୧୪ ମଧ୍ୟରେ ସବୁ ଘରେ ପିଇବା ପାଣି ଉବଲବ୍ଧ କରାଇବାକୁ କଥା ଦେଇଛନ୍ତି। ହେଲେ ଏଠାରେ ଚାକିରି କରିବାକୁ ଯୋଗ୍ୟତା ନ ଥିବାରୁ ବେରୋଜଗାର ସଂଖ୍ୟା ବଢୁଛି ବୋଲି ସେ କହିଛନ୍ତି।

Share