ଚାଉଳ ଦୁର୍ନୀତି

ରାଉରକେଲାସ୍ଥିତ ଏଫ୍‌ସିଆଇ ଚାଉଳ ଗୋଦାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଯୋଗାଣ ବିଭାଗ ଓ ଏଫ୍‌ସିଆଇର କେତେଜଣ ଅସାଧୁ କର୍ମଚାରୀଙ୍କ ଭିତିରି ସମ୍ପର୍କ ଯୋଗୁ ଏହାର ଚେର ବଢ଼ିଥିଲା । ଏ କଥା ପଦାକୁ ଆସିବା ପରେ ନାନା ଚର୍ଚ୍ଚା ସାମନାକୁ ଆସିଥିଲା। ଆର୍‌ଏମ୍‌ସି ଅଧୀନ ସହରାଞ୍ଚଳ ସହ ଫର୍ଟିଲାଇଜର ଟାଉନଶିପ ଅଞ୍ଚଳରେ ପ୍ରାୟ ୬୩ ହଜାରରୁ ଊର୍ଦ୍ଧ୍ୱ ରାଶନକାର୍ଡଧାରୀ ଅଛନ୍ତି। କାର୍ଡଧାରୀଙ୍କୁ ପରିବାର ସଦସ୍ୟ ପିଛା ୫ କିଲୋ ହିସାବରେ ଚାଉଳ ଓ ଗହମ ଯୋଗାଇ ଦିଆଯାଇଥାଏ। ଏହିସବୁ ଚାଉଳ ଓ ଗହମ ଏଫ୍‌ସିଆଇ ଗୋଦାମରୁ ଲାଇସେନ୍ସପ୍ରାପ୍ତ ଠିକାଦାର ଗାଡ଼ିରେ ନେଇ ବିକ୍ରୟ କେନ୍ଦ୍ରରେ ଥିବା ଡିଲରମାନଙ୍କୁ ଦିଅନ୍ତି। ଗହମ ଓ ଚାଉଳ ଦେବା ସମୟରେ ୱେବ୍ରିଜରେ ଠିକ୍‌ ଭାବେ ଓଜନ ହୁଏନାହିଁ। ଏପରିକି କାର୍ଡଧାରୀମାନଙ୍କୁ ଚାଉଳ ଓ ଗହମ ଦେବା ସମୟରେ ମଧ୍ୟ ଓଜନରେ ଡିଲରମାନେ ହରିଲୁଟ କରିଥାନ୍ତି ବୋଲି ଅଭିଯୋଗ ହୁଏ। ଏପରି କି ଡିଲରମାନେ ଆଧାରକାର୍ଡରେ ଭୁଲ ଥିବା ଏବଂ ଫିଙ୍ଗରପ୍ରିଣ୍ଟ ଆସୁ ନ ଥିବା ବାହାନା ଦେଖାଇ କାର୍ଡଧାରୀଙ୍କୁ ଉପଯୁକ୍ତ ପରିମାଣରେ ଚାଉଳ ଓ ଗହମ ପ୍ରଦାନ କରୁ ନ ଥିବା କହିଥାନ୍ତି । ଫଳରେ ନିରୀହ କାର୍ଡଧାରୀମାନେ ଖାଦ୍ୟ ସାମଗ୍ରୀ ଠିକ୍‌ଭାବେ ପାଇ ପାରୁନାହାନ୍ତି। ଅନ୍ୟପକ୍ଷରେ ମାସ ଶେଷରେ ବଳକା ରହୁଥିବା ଚାଉଳକୁ ଅନ୍ୟତ୍ର ବିକ୍ରି କରି ଏଫ୍‌ସିଆଇ ଓ ଯୋଗାଣ ବିଭାଗ ଅଧିକାରୀ ମାଲାମାଲ ହେଉଛନ୍ତି ବୋଲି ଚର୍ଚ୍ଚା ହୋଇଛି । ଆଉ ଏଥିରେ ହାତ ମିଳାଉଛନ୍ତି ଚାଉଳ ଯୋଗାଣ କରୁଥିବା ଲାଇସେନ୍ସ ପ୍ରାପ୍ତ ଠିକାଦାରମାନେ । ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଥିଲା ଅକ୍ଟୋବର ୩୦ ତାରିଖରେ। ଏଫ୍‌ସିଆଇ ଗୋଦାମରୁ ବିନା କାଗଜପତ୍ରରେ ଯୋଗାଣ ବିଭାଗର ୧୦୦ କୁଇଣ୍ଟାଲ ଚାଉଳ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ଧରାପଡ଼ିଥିଲା। ଧରାପଡ଼ିବା ପରେ ଯୋଗାଣ ବିଭାଗ ଅଧିକାରୀଙ୍କୁ ବିଭିନ୍ନ କ୍ଷେତ୍ରରୁ ଚାପ ପଡ଼ିବା ପରେ ସେ ଚାଉଳ ଟ୍ରକକୁ ଜବତ କରିବା ସହ ଟ୍ରକକୁ ଥାନା ଜିମା ଦେଇଥିଲେ। ଅପରପକ୍ଷରେ ବିଭାଗ ପକ୍ଷରୁ ଏହି ଚାଉଳ ଲୁଟ ଘଟଣାର ଜଡ଼ିତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଗୋଦାମ ଦାୟିତ୍ୱରେ ଥିବା ଯୋଗାଣ ନିରୀକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଥିଲା। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରି କି ଚାଉଳ ଦୁର୍ନୀତି ଘୋଡାଇବାକୁ ବିଭାଗ ପକ୍ଷରୁ ଏକ ପ୍ରକାର ଉଦ୍ୟମ କରାଯାଉଥିବା ନେଇ ଚର୍ଚ୍ଚା ହୋଇଥିଲା। କଂଗ୍ରେସ ପକ୍ଷରୁ ଏହି ଦୁର୍ନୀତିକୁ ନେଇ ଭିଜିଲାନ୍ସ ବିଭାଗରେ ଏତାଲା ଦାଏର କରାଯାଇଥିଲା। ଫଳରେ ଏହି ଘଟଣା ବର୍ତ୍ତମାନ ରୋଚକ ମୋଡ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri