ଚାଇନା ସାମଗ୍ରୀ ବର୍ଜନ କରିବାକୁ ଏବିଭିପିର ଆହ୍ବାନ

ବ୍ରହ୍ମପୁର ଅଫିସ,୧୮ା୬- ସାରା ବିଶ୍ୱ କରୋନା ଦ୍ୱାରା ଆତଙ୍କିତ ହୋଇ ରହିଥିବା ବେଳେ ଚାଇନା ସୈନିକଙ୍କ ଭାରତର ଲଦାଖ ଗଲ୍‌ୱାନ ଭ୍ୟାଲିରେ ସୀମା ଅତିକ୍ରମ ଓ ମଙ୍ଗଳବାର ଭାରତ ଯବାନଙ୍କ ଉପରେ ଚୀନ ସୈନିକଙ୍କ ଆକ୍ରମଣକୁ ନିନ୍ଦା କରିଛି ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ଏହାର ପ୍ରତିବାଦରେ ବୁଧବାର ଏବିଭିପି ବ୍ରହ୍ମପୁର ଶାଖା ପକ୍ଷରୁ ଖଲ୍ଲିକୋଟ କଲେଜ ସମ୍ମୁଖରେ ବକ୍ଷୋଭ କରାଯାଇଥିଲା। ଚାଇନା ପ୍ରତ୍ୟେକ୍ଷରେ ଭାରତ ସହ ଆଲୋଚନା କରୁଥିବା ବେଳେ ପରୋକ୍ଷରେ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସଂଗଠନ କହିଛି। ଏହି ଅବସରରେ ଏବିଭିପିର କର୍ମକର୍ତ୍ତାମାନେ ମଙ୍ଗଳବାର ସୀମାରେ ଶହୀଦ ହୋଇଥିବା ୨୦ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଚାଇନା ସାମଗ୍ରୀ ବର୍ଜନ କରିବାକୁ ଆହ୍ବାନ ଦିଆଯାଇଥିଲା। ଏଥିରେ ରାଜ୍ୟ ସମ୍ପାଦକ ଶଶୀକାନ୍ତ ମିଶ୍ର, ରାଜ୍ୟ ଉପସଭାପତି ଶିବପ୍ରସାଦ ତ୍ରିପାଠୀ, ଅଖିଳ ଭାରତ ବିଦ୍ୟର୍ଥୀ ପରିଷଦ ବ୍ରହ୍ମପୁର ଶାଖା ନଗର ସମ୍ପାଦକ ଚିନ୍ମୟାନନ୍ଦନ ପଟ୍ଟନାୟକ, ନଗର ସହ ସମ୍ପାଦକ ଅନିଲ କୁମାର ଦୋରା, ଚିନ୍ମୟ ରାଉତ, ସାଗର ଦଳାଇ, ଶୁଭ୍ରରଞ୍ଜନ ସାହୁ, ସମୀର ପ୍ରଧାନ, ତ୍ରିଲୋକ ସାହୁ, ସୁନୀଲ କୁମାର ପାଣିଗ୍ରାହୀ, ରାଜ କୁମାର ସାହୁ ଓ ଗଣେଶ ଭାଇ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri