Categories: ଜାତୀୟ

ଚାଇନା ସହ ଉତ୍ତେଜନା ପରିସ୍ଥିତି ମଧ୍ୟରେ ଲେହ ପହଞ୍ଚିଲେ ସେନା ମୁଖ୍ୟ

ଲେହ,୨୩।୫: ଚାଇନା ସହ ଲଦାଖର ୩ଟି ସ୍ଥାନରେ ଉତ୍ତେଜନା ଜାରି ରହିଥିବା ମଧ୍ୟରେ ସେନା ମୁଖ୍ୟ ଏମ୍‌ଏମ୍‌ ନରାଓ୍ବଣେ ଶନିବାର ଲେହରେ ପହଞ୍ଚିଛନ୍ତି। ଏହି ସମୟରେ ସେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ସେଠାକାର ପରିସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି। ଏଥିସହ ଲେହ ସ୍ଥିତ ୧୪ ସୈନ୍ୟଦଳ ମୁଖ୍ୟାଳୟକୁ ସେନା ମୁଖ୍ୟ ନରାଓ୍ବଣେ ପରିଦର୍ଶନ କରିଥିବା ସୂତ୍ରରୁ ଜଣାପଡ଼ିଛି। ଏହାପରେ ସେ ଉତ୍ତର କମାଣ୍ଡର ମୁଖ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ବର୍ତ୍ତମାନ ପରିସ୍ଥିତି ବିଷୟରେ ପଚାରି ବୁଝିଥିଲେ। ସୂଚନା ମୁତାବକ, ଭାରତ ଓ ଚାଇନା ମଧ୍ୟରେ ପୁଣି ଥରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି।

Share