ଚାଇନା ରାଷ୍ଟ୍ରପତିଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କଲେ ମୋଦି

ବିଶକେକ, ୧୪।୬: କିର୍ଗିଜିସ୍ତାନର ରାଜଧାନୀ ବିଶେକେକରେ ଆୟୋଜିତ ଚାଲିଥିବା ଏସସିଓ ସମ୍ମିଳନୀରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି। ଚଳିତ ବର୍ଷ ଭାରତ-ଚାଇନା ଦ୍ୱିପାକ୍ଷିକ ଆଲୋଚନାକୁ ୭୦ ବର୍ଷ ପୂରୁଛି। ଏହାକୁ ସ୍ମରଣୀୟ କରିବା ପାଇଁ ଦୁଇଦେଶ ମଧ୍ୟରେ ୭୦ଟି କାର୍ଯ୍ୟକ୍ରମ କରାଯିବ। ଉଭୟ ଦେଶରେ ୩୫ଟି ଲେଖାଏ କାର୍ଯ୍ୟକ୍ରମ କରାଯିବ। ଉଭୟ ମୋଦି ଏବଂ ଜିନପିଙ୍ଗ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କୁ ଏହି କାର୍ଯ୍ୟକ୍ରମର ଦାୟିତ୍ୱ ଅର୍ପଣ କରିଛନ୍ତି। ଏହି ଅବସରରେ ସେ ଜିନପିଙ୍ଗଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି।

Share