ଚାଇନା ବ୍ୟାଙ୍କରେ ଜୀବାଣୁମୁକ୍ତ କରାଯାଉଛି ନୋଟ୍‌

ବେଜିଂ,୧୭।୨: କରୋନା ଭାଇରସ୍‌ କବଳରେ ଏବେ ଚାଇନା। ଏହାଦ୍ୱାରା ଚାଇନାର ଅର୍ଥନୀତିରେ ପ୍ରଭାବ ପଡିବା ଆଶଙ୍କା କରାଯାଉଛି। ଏହି ସମୟରେ କରୋନା ଭାଇରସକୁ ବ୍ୟାପିବାକୁ ନ ଦେବାକୁ ଚାଇନା ପ୍ରସ୍ତୁତି ଆରମ୍ଭ କରି ସାରିଛି। ତେବେ ଚାଇନା ବ୍ୟାଙ୍କକୁ ଆସୁଥିବା ନୋଟ୍‌ ଗୁଡିକୁ ଜୀବାଣୁ ମୁକ୍ତ କରାଯାଉଥିବା ସୂଚନା ମିଳିଛି। ବାହାରୁ ଆସୁଥିବା ନୋଟ୍‌ ଗୁଡିକ ଜୀବାଣୁ ମୁକ୍ତ କରିବା ପରେ ଏହାକୁ ସପ୍ତାହେ ପର୍ଯ୍ୟନ୍ତ ଅଲଗା ରଖାଯାଉଛି ଓ ପରେ ଏହାକୁ ଏକାଠି କରାଯାଉଛି ବୋଲି ଜଣାପଡିଛି। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ସୂଚନାଯୋଗ୍ୟ, କରୋନା ଭାଇରସର ଭୟାବହତାକୁ ଦେଖି ଏବେ ଚାଇନାର ସ୍କୁଲ, କଲେଜ, ବଜାର, ମଲ୍‌ ଆଦି ବନ୍ଦ କରି ଦିଆଯାଇଥିବା ବେଳେ ଲୋକମାନଙ୍କୁ ସେମାନଙ୍କ ଘରେ ସିଲ୍‌ କରି ରଖାଯାଇଛି। ଏମିତିକି ଆପାର୍ଟମେଣ୍ଟରେ ରହୁଥିବା ଲୋକେ କରୋନା ଭାଇରସ ଭୟରେ ସେମାନଙ୍କ ପୋଷା ଜୀବଙ୍କୁ ଘର ତଳକୁ ଫୋପାଡି ଦେଉଥିବା କୁହାଯାଉଛି। ଏବେ ସୁଦ୍ଧା କରୋନା ଭାଇରସ ସଂକ୍ରମଣରେ ୧୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଆକ୍ରାନ୍ତ ଅଛନ୍ତି।

Share