Posted inଜାତୀୟ

ଚାଇନା ବିରୋଧରେ ବିଶ୍ୱ ଶକ୍ତି ଏକାଠି

ନୂଆଦିଲ୍ଲୀ,୨୩ା୬(ଆଇଏଏନ୍‌ଏସ୍‌): ସାରା ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ କରାଇଥିବା ଚାଇନା ଦୋଷ ଲୁଚାଇବାକୁ ଜୋର୍‌ଦାର ପ୍ରଚାର ଚଳାଇଛି। ଏହି ଘଟଣାରୁ ଧ୍ୟାନ ହଟାଇବା ପାଇଁ ବେଜିଂ ଉଭୟ ସ୍ଥଳଭାଗ ଓ ଜଳରାଶିରେ ନିଜର ସୀମା ବଢ଼ାଇବା ପାଇଁ ଉଦ୍ୟମ ଜାରି ରଖିଛି। ଚାଇନାକୁ ପ୍ରତିହତ କରିବା ଲାଗି ସାମୁଦ୍ରିକ ସହଯୋଗ ବୃଦ୍ଧି ନିମନ୍ତେ ବିଶ୍ୱ ଶକ୍ତିଗୁଡ଼ିକ ପରସ୍ପର ସହ ହାତ ମିଳାଇଛନ୍ତି। ଦକ୍ଷିଣ ଚାଇନା ସାଗର ଏବଂ ଭାରତ ମହାସାଗରରେ ଚାଇନା ତା’ର ପ୍ରଭାବ ବିସ୍ତାର କରି ପଡୋଶୀଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି।
ଗଲଓ୍ବାନ ଉପତ୍ୟକା ସଂଘର୍ଷ ଘଟଣା ଚାଇନାର ପଡୋଶୀଙ୍କୁ ଭୟ ଦେଖାଇବା ଓ ଆକ୍ରମଣ ପ୍ରୟାସ ନୀତିର ଏକ ଉଦାହରଣ ମାତ୍ର। ବାସ୍ତବରେ ଆକ୍ରମଣାତ୍ମକ ଜାତୀୟତାବାଦ ଏବଂ ସାମରିକ ଆଧିପତ୍ୟ ବିସ୍ତାର ଚାଇନା କମ୍ୟୁନିଷ୍ଟ ପାର୍ଟି (ସିପିସି)ର ନୀତିରେ ପରିଣତ ହୋଇଛି। ଫଳରେ ବେଜିଂ କୌଣସି ଦେଶର ଆଇନ କିମ୍ବା ସମ୍ପତ୍ତି ଅଧିକାରକୁ ସମ୍ମାନ ଦେଉନାହିଁ। ସେହିପରି ଏହା କୌଣସି ସୀମାରେଖାକୁ ସମ୍ମାନ ନ ଜଣାଇ ଡରାଇ ଧମକାଇ ଅନ୍ୟର ଅଞ୍ଚଳ ଓ ସମ୍ପତ୍ତିକୁ ଅକ୍ତିଆର କରିବାକୁ ଚାହୁଁଥିବା ଜଣେ ଉଚ୍ଚ ପଦାଧିକାରୀ କହିଛନ୍ତି। ଦକ୍ଷିଣ ଚାଇନା ସାଗରକୁ ବେଜିଂ ଏହାର ନିଜର ବୋଲି ଦାବି କରିଆସୁଛି ଓ ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲର ରାୟକୁ ଅଣଦେଖା କରୁଛି। ଉକ୍ତ ସାଗର ଉପରେ ଚାଇନାର ଅଧିକାରକୁ ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲ ପ୍ରତ୍ୟାଖ୍ୟାନ କରିଥିଲା। ଚାଇନା କମ୍ୟୁନିଷ୍ଟ ପାର୍ଟିର ଏଭଳି କାର୍ଯ୍ୟକୁ ବିରୋଧ କରି ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ମୁକ୍ତ ଜାହାଜ ଚଳାଚଳ ଏବଂ ଅନ୍ତର୍ଜାତୀୟ ନିୟମ ପାଳନ ଲାଗି ଆମେରିକା, ଫ୍ରାନ୍ସ, ବ୍ରିଟେନ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଓ ଜାପାନ ଭଳି ବୃହତ ସାମୁଦ୍ରିକ ଶକ୍ତିଗୁଡ଼ିକ ସହଯୋଗ ବୃଦ୍ଧି ଲାଗି ପରସ୍ପର ହାତ ମିଳାଇଛନ୍ତି। ଆଞ୍ଚଳିକ ସ୍ତରରେ ବହୁପାକ୍ଷିକ ସହଯୋଗ ଲାଗି ଆହୁରି ଅଧିକ ଦେଶ ଏଥିରେ ସାମିଲ ହେବେ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସୀମା ବିବାଦକୁ ନେଇ ଏବେ ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିବାବେଳେ ବେଜିଂକୁ ମୁକାବିଲା କରିବା ଓ ଉକ୍ତ ଅଞ୍ଚଳରେ ସନ୍ତୁଳନ ରକ୍ଷା ଲାଗି ନୂଆଦିଲ୍ଲୀ ବୃହତ୍‌ ଆଞ୍ଚଳିକ ଓ ବିଶ୍ୱ ଶକ୍ତି ସହ ସାମିଲ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri