ଚାଇନା କୁବେରଙ୍କ ସମ୍ପତ୍ତି ବୃଦ୍ଧି

ନୂଆଦିଲ୍ଲୀ,୧୦।୪: ଆମେରିକାଠାରୁ ଆଫ୍‌ଗାନିସ୍ଥାନ, ଭାରତରୁ ଭିଏତନାମ ଯାଏ କାହାରିକୁ ଛାଡ଼ ଦେଉନି କରୋନା। କୋଭିଡ୍‌-୧୯ ପଞ୍ଝାରୁ ବର୍ତ୍ତୁନାହାନ୍ତି ଧନୀ କି ଗରିବ। ବିଶ୍ୱ ମହାମାରୀ ପାଲଟିଥିବା ଏହି ଭାଇରସ୍‌ କାରଣରୁ ଦୋହଲି ଯାଇଛି ଆର୍ଥିକ ବ୍ୟବସ୍ଥା। ଭୟଙ୍କର କ୍ଷତିର ସମ୍ମୁଖୀନ ହେଉଛନ୍ତି ପୃଥିବୀର ଧନକୁବେରମାନେ। ହେଲେ ଏପରି ସଙ୍କଟ ସମୟରେ କରୋନାର ଉତ୍ପତ୍ତିସ୍ଥଳ ଚାଇନା ବେଶ୍‌ ଫାଇଦାରେ ରହିଛି। ବିଶ୍ୱବ୍ୟାପୀ ହାହାକାର ପରିବେଶ ସୃଷ୍ଟି ହୋଇଥିବାବେଳେ ବେଶ୍‌ ଲାଭବାନ୍‌ ହୋଇଛନ୍ତି ଚାଇନିଜ୍‌ ବଣିକ ଗୋଷ୍ଠୀ।
ଚାଇନାର ସଂସ୍ଥା ହୁରନ୍‌ ରିପୋର୍ଟକୁ ନେଇ କରାଯାଇଥିବା ରିସର୍ଚ୍ଚ ଅନୁଯାୟୀ, ଦୁନିଆର ଟପ୍‌ ୧୦୦ କୋଟିପତିଙ୍କ ମଧ୍ୟରୁ କେବଳ ୯ ପ୍ରତିଶତଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିଛି। ସବୁଠାରୁ ବଡ଼କଥା ଏ ସମସ୍ତ ହେଉଛନ୍ତି ଚାଇନିଜ୍‌। ଅନ୍ୟଦେଶର ୮୬% କୋଟିପତିଙ୍କ ସମ୍ପତ୍ତି ପୂର୍ବାପେକ୍ଷା କମିଛି। ଅନ୍ୟ ୫ ପ୍ରତିଶତଙ୍କ ସମ୍ପତ୍ତିରେ ସେପରି କୌଣସି ବଡ଼ ଧରଣର ପରିବର୍ତ୍ତନ ଆସି ନ ଥିବା ଜଣାପଡ଼ିଛି। ବିଶ୍ୱର ୧୦୦ ଶ୍ରେଷ୍ଠ ଧନିକଙ୍କ ମଧ୍ୟରେ ଚାଇନାର ୬ଜଣ ନୂତନ ଭାବେ ତାଲିକାଭୁକ୍ତ ହୋଇଛନ୍ତି। ଅପରପକ୍ଷେ ଭାରତର ୩ ଏବଂ ଆମେରିକାର ୨ ଜଣ ଏହି ତାଲିକାରୁ ବାଦ୍‌ ପଡ଼ିଛନ୍ତି। ଏହି ରିପୋର୍ଟରେ କୁହାଯାଇଛି, ଗତ ସାଢେ ଦୁଇ ବର୍ଷ ମଧ୍ୟରେ ଧନକୁବେରମାନେ ଯେତିକି ଟଙ୍କା କମାଇଛନ୍ତି ତାହାର ସିଂହଭାଗ ଗତ ଦୁଇମାସରେ ଶେଷ ହୋଇଯାଇଛି। ଏହି ସମୟ ମଧ୍ୟରେ ଦୁନିଆର ଟପ୍‌ ୧୦୦ ଧନିକଙ୍କ ମୋଟ ସମ୍ପତ୍ତିର ପାଖାପାଖି ୩୦ ଲକ୍ଷ କୋଟି ଟଙ୍କା କମ୍‌ ହୋଇଯାଇଛି। ସେହିପରି ଶ୍ରେଷ୍ଠ ୧୦ କୋଟିପତିଙ୍କ ସମ୍ପତ୍ତିରେ ୯.୪୦ ଲକ୍ଷ କୋଟି ଟଙ୍କା କମିଛି। କରୋନା ମହାମାରୀ ବ୍ୟାପିବା ଆଗରୁ ପୃଥିବୀରେ ୨,୮୧୬ ବିଲିୟନେୟାର୍ସ ରହିଥିଲେ। ଏହି ଅଙ୍କରେ ଏବେ ୨୦% ହ୍ରାସ ପାଇଛି। ଅର୍ଥାତ୍‌ ବିଲିୟନେୟାର୍ସରେ ସାମିଲ ହୋଇଥିବା ୫ଜଣଙ୍କ ମଧ୍ୟରୁ ଜଣେ ଏବେ ଏଥିରୁ ବାଦ୍‌ ପଡ଼ିଛନ୍ତି। ତେବେ ଭାଇରସ୍‌ ପାଇଁ ସମସ୍ତେ ଯେ କ୍ଷତି ସହିଛନ୍ତି ତାହା ନୁହେଁ, ଏପରି ପ୍ରତିକୂଳ ସମୟରେ ମଧ୍ୟ ଅନେକଙ୍କ ସମ୍ପତ୍ତିର ପରିମାଣ ବଢ଼ିଛି।
ଜୁମ୍‌ କମ୍ପାନୀର ପ୍ରତିଷ୍ଠାତା ଏରିକ୍‌ ୟୁଆନ୍‌ଙ୍କ ମୋଟ ସମ୍ପତ୍ତିରେ ୨୬ ହଜାର କୋଟି ଟଙ୍କା ବୃଦ୍ଧି ଘଟିଛି। ଏବେ ତାଙ୍କ ସମ୍ପତ୍ତି ୩୪ ହଜାର କୋଟିରୁ ୬୦ ହଜାର କୋଟି ଟଙ୍କାରେ ପହଞ୍ଚତ୍ଛି। ଜୁମ୍‌ ହେଉଛି ଭର୍ଚୁଆଲ ମିଟିଂ କରୁଥିବା ଏକ ଆପ୍‌। କରୋନା ସଙ୍କଟ ସମୟରେ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’ରେ ଥିବା ପ୍ରଫେଶନାଲଙ୍କ ମଧ୍ୟରେ ଏହି ଆପ୍‌ର ଚାହିଦା ଯଥେଷ୍ଟ ବଢ଼ିଛି। ସେହିପରି ଭେଣ୍ଟିଲେଟର ନିର୍ମାଣ କରୁଥିବା କମ୍ପାନୀ ମିନ୍‌ଡ୍ରେର ପ୍ରତିଷ୍ଠାତା ଏଲେକ୍ସ ସୁଙ୍କ ସମ୍ପତ୍ତିରେ ୨୬% ବୃଦ୍ଧି ଘଟିଛି। ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ମାତ୍ର ଦୁଇ ମାସ ମଧ୍ୟରେ ଏପରି ଲାଭ ପାଇବାରେ ସେ ସକ୍ଷମ ହୋଇଛନ୍ତି। ପୃଥିବୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହି ଜୀବନ ରକ୍ଷାକାରୀ ଭେଣ୍ଟିଲେଟର କାମରେ ଆସୁଛି, ଯାହାର ଫାଇଦା ମିଳିଛି ଏଲେକ୍ସଙ୍କୁ। ଏହି ଧାଡ଼ିରେ ଆଗରେ ଅଛନ୍ତି ଚାଇନାର ଅନ୍ୟତମ ଉଦ୍ୟୋଗପତି ଲିୟୁ ୟୋଙ୍ଗହାଓ। ଘୁଷୁରି ମାଂସ ଉତ୍ପାଦନ କରୁଥିବା ଲିୟୁଙ୍କ ସମ୍ପତ୍ତି ଏହି ଦୁଇ ମାସ ମଧ୍ୟରେ ୨୦% ବଢ଼ି ୧ ଲକ୍ଷ ୧୩ ହଜାର କୋଟି ଟଙ୍କାରେ ପହଞ୍ଚତ୍ଛି।
ମହାମାରୀ କରୋନାରେ ଦୋହଲିଯାଇଛି ବର୍ନାର୍ଡ ଅର୍ନାଲ୍ଟଙ୍କ ଆର୍ଥିକ ଅବସ୍ଥା। ବର୍ନାର୍ଡଙ୍କ ଦ୍ୱାରା ସ୍ଥାପିତ ଏଲ୍‌ଭିଏମ୍‌ଏଚ୍‌ କମ୍ପାନୀ ଲକ୍‌ଜ୍ୟୁରି ସାମଗ୍ରୀ ପ୍ରସ୍ତୁତ କରୁଛି। ତାଙ୍କ ମୋଟ ସମ୍ପତ୍ତିରେ ୨.୨୫ ଲକ୍ଷ କୋଟି ହ୍ରାସ ପାଇଛି। ଅର୍ଥାତ୍‌ ପ୍ରତି ଘଣ୍ଟାରେ ସେ ୧୫୦ କୋଟି ଟଙ୍କା କ୍ଷତି ସହୁଛନ୍ତି। ସେହିପରି ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ୬୮ ହଜାର କୋଟି ଟଙ୍କା କ୍ଷତି ଘଟିଛି। ତଥାପି ସେ ମୋଟ ୯.୮୦ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହ ଧନିକଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି। ଭାରତରେ ମଧ୍ୟ ଆର୍ଥିକ କ୍ଷତିର ପ୍ରଭାବ ଦେଖିବାକୁ ମିଳିଛି। ଗତ ୨ମାସରେ ଦେଶର ଶ୍ରେଷ୍ଠ ଧନୀ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ୧.୩୩ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ଏବେ ବିଶ୍ୱ ଧନିକ ତାଲିକାରେ ମୁକେଶ ୧୭ତମ ସ୍ଥାନରେ ରହିଛନ୍ତି। ଏଥିପୂର୍ବରୁ ସେ ଶ୍ରେଷ୍ଠ ୧୦ ଭିତରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri