Posted inଖେଳ

ଚାଇନା ଏଏଫ୍‌ସି ଏସିଆନ୍‌ କପ୍‌ ଆୟୋଜକ

ପ୍ୟାରିସ, ୪ା୬ (ଏଏଫ୍‌ପି)- ଚାଇନା ଏସିଆନ କପ୍‌ ୨୦୨୩ର ଆୟୋଜନ କରିବ। ଏସିଆନ ଫୁଟ୍‌ବଲ କନଫେଡେରେଶନ(ଏଏଫ୍‌ସି) ମଙ୍ଗଳବାର ସୂଚନା ଦିଆଯାଇଛି। ପ୍ରତି ୪ବର୍ଷ ବ୍ୟବଧାନରେ ହୋଇ ଆସୁଥିବା ଏହି ଟୁର୍ନାମେଣ୍ଟକୁ ଚାଇନା ଦ୍ୱିତୀୟ ଥର ଆୟୋଜନ କରିବ। ଏହା ପୂର୍ବରୁ ଦେଶ ୨୦୦୪ ସଂସ୍କରଣ ଆୟୋଜନ କରିଥିଲା। ସେହିବର୍ଷ ଦେଶ ଫାଇନାଲରେ ଜାପାନଠାରୁ ହାରି ରନର୍ସଅପ୍‌ ହୋଇଥିଲା। ଟୁର୍ନାମେଣ୍ଟର ଆସନ୍ତା ସଂସ୍କରଣ ଆମେ ସଫଳତାର ସହିତ ଆଲୋଚନା କରିବୁ ବୋଲି ପ୍ୟାରିସଠାରେ ଅନୁଷ୍ଠିତ ଏଏଫ୍‌ସି ଅସାଧାରଣ କଂଗ୍ରେସରେ ଚାଇନିଜ୍‌ ଫିଫା କାଉନ୍‌ସିଲ ସଦସ୍ୟ ଡୁ ଝାଓକାଇ ପ୍ରକାଶ କରିଛନ୍ତି। ଗତମାସରେ ଦକ୍ଷିଣ କୋରିଆ ବିଡ୍‌ରୁ ଓହରିଯିବା ଦ୍ୱାରା ଚାଇନା ଟୁର୍ନାମେଣ୍ଟ ଆୟୋଜନ ପାଇଁ ଏକମାତ୍ର ପ୍ରାର୍ଥୀ ରହିଥିଲା। ପୂର୍ବରୁ ଥାଇଲାଣ୍ଡ ଓ ଇଣ୍ଡୋନେସିଆ ଏହି ଇଭେଣ୍ଟର ଆୟୋଜନ ପାଇଁ ଆଗ୍ରହ ଦେଖାଇଥିଲେ ମଧ୍ୟ ପରବର୍ତ୍ତୀ କାଳରେ ଓହରିଯାଇଥିଲେ। ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ହେଉଛନ୍ତି ଜଣେ ଫୁଟ୍‌ବଲପ୍ରେମୀ। ସେ କହିଛନ୍ତି ତାଙ୍କ ଦେଶ ଭବିଷ୍ୟତରେ ଫୁଟ୍‌ବଲର ଏକ ପାଓ୍ବାରହାଉସ ହେବାକୁ ଚାହୁଁଛି। ଏହଛଡ଼ା ତାଙ୍କ ଦେଶ ଆହୁରି ମଧ୍ୟ ବିଶ୍ୱକପ୍‌ ଆୟୋଜନ ଲକ୍ଷ୍ୟ ରଖିଛି। ଫିଫା ର଼୍ୟାଙ୍କିଙ୍ଗରେ ୭୪ତମ ସ୍ଥାନରେ ଥିବା ଚାଇନା ଥରେ ମାତ୍ର ୨୦୦୨ରେ ବିଶ୍ୱକପ୍‌ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଥିଲା। ଚଳିତ ବର୍ଷ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ରେ ଅନୁଷ୍ଠିତ ଏସିଆ କପ୍‌ରେ ପ୍ରଥମ ଥର ୨୪ଟି ଦେଶ ଭାଗ ନେଇଥିଲେ। ଏଥିରେ କାତାର ୩- ୧ ଗୋଲ୍‌ରେ ଜାପାନ ବିପକ୍ଷ ଫାଇନାଲ ମ୍ୟାଚ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri