ଚାଇନା ଆଣୁଛି ସରକାରୀ ଡିଜିଟାଲ କରେନ୍ସି

ନୂଆଦିଲ୍ଲୀ,୧।୫: ଚାଇନା ଏହାର ସରକାରୀ ଡିଜିଟାଲ କରେନ୍ସି ଇ-ଆର୍‌ଏମ୍‌ବିକୁ ପରିକ୍ଷଣ ଭିତ୍ତିରେ ଲାଗୁ କରିବାକୁ ଯାଉଛି। ଆସନ୍ତା ସପ୍ତାହରେ ଚାଇନାର ୪ ପ୍ରମୁଖ ସହରରେ ଏହି କରେନ୍ସି ଲାଗୁ ହେବ ବୋଲି ସେଠାକାର ଏକ ଗଣମାଧ୍ୟମରେ ପ୍ରକାଶ ପାଇଛି। ଚାଇନା କେନ୍ଦ୍ରୀୟ ବ୍ୟାଙ୍କ ଉକ୍ତ ଡିଜିଟାଲ କରେନ୍ସିକୁ ବିକଶିତ କରିଛି। ପ୍ରମୁଖ ଅର୍ଥ ବ୍ୟବସ୍ଥାଙ୍କ ମଧ୍ୟରେ ଏହା ପ୍ରଥମ ସରକାରୀ ଡିଜିଟାଲ କରେନ୍ସି ହେବ। ସେଞ୍ଜେହେନ, ସୁଝୁ, ଚେଙ୍ଗଡୁ ସମେତ ଦକ୍ଷିଣ ବେଜିଂର ଜିଓଙ୍ଗାନ ଭଳି ସ୍ଥାନଗୁଡିକରେ ଏହାକୁ ଶୁଭାରମ୍ଭ କରିବା ନେଇ ଯୋଜନା ରଖାଯାଇଛି। ସରକାରୀ ଗଣମାଧ୍ୟମ ଚାଇନା ଡେଲି ପକ୍ଷରୁ କୁହାଯାଇଛି ଯେ, ଏହାକୁ ନିର୍ଦ୍ଧାରିତ ସହରଗୁଡିକର ମନିଟାରି ସିଷ୍ଟମରେ ଲାଗୁ କରାଯିବା ନେଇ ନିଷ୍ପତ୍ତି ହୋଇଛି। କେତେଜଣ ସରକାରୀ କର୍ମଚାରୀ ସେମାନଙ୍କ ମେ ମାସର ବେତନ ଏହି ଡିଜିଟାଲ କରେନ୍ସିରେ ଲାଭ କରିବେ।
ରିପୋର୍ଟ ମୁତାବକ, ସୁଝୋ ସହରରେ ସବ୍‌ସିଡି ପରିବହନ ସେବା ଯୋଗାଣ ଲାଗି ଏହି ଡିଜିଟାଲ କରେନ୍ସିର ବ୍ୟବହାର କରାଯିବ। ଏହାବାଦ ଜିଓଙ୍ଗାନ ସହରରେ ପ୍ରାଥମିକ ଭିତ୍ତିରେ ଖାଦ୍ୟ ସାମଗ୍ରୀ ଓ ରିଟେଲ ବର୍ଗରେ ଏହି କରେନ୍ସି ବ୍ୟବହାର ହେବାର ଯୋଜନା ରହିଛି। ମ୍ୟାକଡୋନାଲ୍ଡ ଏବଂ ଷ୍ଟାରବକ୍ସ ଭଳି କମ୍ପାନୀ ଏହି ପରୀକ୍ଷଣରେ ସାମିଲ ହୋଇଥିବା ରିପୋର୍ଟରେ କୁହାଯାଇଛି। ଏ ନେଇ ଷ୍ଟାବକ୍ସର ପ୍ରତିକ୍ରିୟା ଲୋଡାଯାଇଥିବା ବେଳେ ଏଥିରେ ଭାଗ ନେଇ ନ ଥିବା କମ୍ପାନୀ କହିଛି। ସେହିଭଳି ମ୍ୟାକଡୋନାଲ୍ଡର ପ୍ରତିକ୍ରିୟା ଏଯାଏ ମିଳିପାରିନାହିଁ।
ଚାଇନାରେ ଏବେ ଡିଜିଟାଲ କରେନ୍ସି ବହୁଳ ଭାବେ ବ୍ୟବହାର ହେଉଛି। ଏହି କରେନ୍ସିଗୁଡିକ ମଧ୍ୟରେ ଆଲିବାବା ଆଣ୍ଟ ଫାଇନାନ୍ସିଆଲର ଆଲି ପେ, ଟେନସେଣ୍ଟର ଓ୍ବି ଚାଟ ଭଳି ରହିଛନ୍ତି। ନୂଆ ଡିଜିଟାଲ କରେନ୍ସି ଲାଗୁ ହେବାକୁ ଥିଲେ ମଧ୍ୟ ପୂର୍ବରୁ ଚାଲି ଆସୁଥିବା ଡିଜିଟାଲ କରେନ୍ସି ବନ୍ଦ ହେବ ନାହିଁ। ପିପୁଲ୍ସ ବ୍ୟାଙ୍କ ଅଫ୍‌ ଚାଇନାର ଡିଜିଟାଲ କରେନ୍ସି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ଏପ୍ରିଲରେ ନୂଆ ବ୍ୟବସ୍ଥା ହାତକୁ ନିଆଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ତତ୍ତ୍ୱାବଧାନରେ ଏହାକୁ ପରିଚାଳନା କରାଯାଉଥିବାରୁ ଭବିଷ୍ୟତର ଆର୍ଥତ୍କ, ପେମେଣ୍ଟ, ବାଣିଜ୍ୟ ଏବଂ ସୋସିଆଲ ଗଭର୍ନାନ୍ସ ଦିଗରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି ବୋଲି କୁହାଯାଉଛି। ଡଲାର ସିଷ୍ଟମ ସେଟେଲମେଣ୍ଟ ଏବଂ ବିଶ୍ୱ ବାଣିଜ୍ୟର କରେନ୍ସି ବଜାରରେ ଏହା ବିକଳ୍ପ ହେବ ବୋଲି ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri