ଚାଇନାରେ ଥିବା ନେପାଳ ନାଗରିକଙ୍କୁ ଫେରାଇ ଆଣିବାକୁ ଗଲା ସ୍ବତନ୍ତ୍ର ବିମାନ

କାଠମାଣ୍ଡୁ,୧୬।୨: ଚାଇନାରେ କରୋନା ଭାଇରସର ଭାୟାବହତାକୁ ଦେଖି କେବଳ ଚାଇନା କାହିଁକି ବିଶ୍ୱବାସୀ ଭୟଭୀତ ହୋଇ ପଡିଛନ୍ତି। ଅଧିକାଂଶ ଦେଶ ସେମାନଙ୍କ ନାଗରିକଙ୍କୁ ଚାଇନାରୁ ଫେରାଇ ନେଇଥିବା ବେଳେ ଏବେ ନେପାଳ ତା’ର ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଆଗେଇ ଆସିଛି। ଶନିବାର ସନ୍ଧ୍ୟାରେ ନେପାଳର ସ୍ବତନ୍ତ୍ର ବିମାନ ଏ-୩୩୦ କାଠମାଣ୍ଡୁରୁ ଚାଇନାର ଉହାନ ଅଭିମୁଖେ ଯାତ୍ରା କରିଛି। ଏହି ବିମାନ ଯୋଗେ ଚାଇନାର ଉହାନ ଓ ହୁବଇ ଅଞ୍ଚଳରେ ଥିବା ନେପାଳ ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଚାଇନାରେ ଏବେ କରୋନା ଭାଇରସ ମହାମାରୀର ରୂପ ନେଇଥିବା ବେଳେ ପ୍ରତିଦିନ ଏଠାରେ କରୋନା ଭାଇରସ ଜନିତ ମୃତକ ଓ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେସୁଦ୍ଧା ସେଠାରେ ମୃତକଙ୍କ ସଂଖ୍ୟା ୧,୬୬୫ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୬୮,୫୦୦ ପାର କରିି ସାରିଲାଣି।

Share