ଚାଇନାରେ କରୋନା ଭୂତାଣୁ ନେଲାଣି ୧୦୬ ଜୀବନ

ବେଜିଂ,୨୮।୧: ଚାଇନାରେ ବଢି ଚାଲିଛି କରୋନା ଭୂତାଣୁରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ଏବେସୁଦ୍ଧା ସେଠାରେ ଏହି ଭୂତାଣୁ ସଂକ୍ରମଣରେ ୧୦୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ୧୩୦୦ ନୂଆ ସଂକ୍ରମିତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଏହାକୁ ନେଇ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାଖାପାଖି ପହଞ୍ଚିଲାଣି। କରୋନା ଭୂତାଣୁରେ ସର୍ବାଧିକ ପ୍ରଭାବିତ ବୁହାନ ସହରରେ ସୋମବାର ପହଞ୍ଚିଥିଲେ ଚାଇନା ପ୍ରଧାନମନ୍ତ୍ରୀ। ପ୍ରଥମକରି ଜଣେ ରାଜନେତା ଭାବେ ପ୍ରଧାନମନ୍ତ୍ରୀ ବୁହାନ ଗସ୍ତ କରିଥିବା କୁହାଯାଉଛି। ଚାଇନା ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଚିକିତ୍ସିତ ହେଉଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୪୬୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ତେବେ ଚିକିତ୍ସା ପରେ ପ୍ରାୟ ୫୧ ଜଣଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି ବୋଲି କୁହାଯାଇଛି। ଏହାସହ ପ୍ରାୟ ୫,୭୯୪ ଜଣ କରୋନା ଭୂତାଣୁରେ ଆକ୍ରାନ୍ତ ବୋଲି ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମାୟଣ ମଞ୍ଚସ୍ଥ ପାଇଁ ଚାଲିଥିଲା ପ୍ରସ୍ତୁତି: ଘଟିଲା ବଡ଼ ଅଘଟଣ, ଲାଇଟ୍‌ ଲଗାଉଥିବାବେଳେ ଯୁବକଙ୍କୁ…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ଢେପସାହିରେ ଥିବା ମା ’ ମଙ୍ଗଳା ମନ୍ଦିର ପ୍ରତିଷ୍ଠାର ବାର୍ଷିକୋତ୍ସବ ପାଇଁ ଗଜପତି ଜିଲା…

ଖବର ପ୍ରସାର ପରେ ହାଟଡ଼ିହୀ ତହସିଲରେ ଅସ୍ଥାୟୀ ଭାବେ ଦୁଇ ଅଧିକାରୀଙ୍କୁ ଦାୟିତ୍ୱ…..

ବଞ୍ଚୋ,୨୧।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହୀ ତହସିଲ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ସ୍ଥାୟୀ ତହସିଲଦାର ନ ଥିବାରୁ ସାଧାରଣ ଲୋକମାନେ ଅନେକ ସମସ୍ୟାରେ ପଡ଼ୁଥିବା…

ଆଇପିଏଲ୍‌ ପୂର୍ବରୁ କେକେଆରକୁ ବଡ଼ ଝଟ୍‌କା

କୋଲକାତା, ୨୧ା୩: ଭାରତ ସିମର ଆକାଶ ଦୀପ୍‌ଙ୍କ ପିଠିର ନିମ୍ନ ଭାଗରେ ଆଘାତ ଲାଗିଛି। ଫଳରେ ସେ ଅତି କମ୍‌ରେ ୮ ସପ୍ତାହ ଖେଳିପାରିବେନି। ଫଳରେ ଆସନ୍ତା…

ଅଣ ଓଡିଆ ଯୁବକଙ୍କୁ ଛୁଆ ଚୋର ଭାବି  ପିଟିପକାଇଲେ ଗାଁ ଲୋକେ: ଭିଡିଓ ଭାଇରାଲ ପରେ… 

ବଲାଙ୍ଗୀର,୨୧।୩: ବଲାଙ୍ଗୀର ସଦରଥାନା ଅନ୍ତର୍ଗତ ଖର୍ଲ୍ଲୀକାନି ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁରେ ଛୁଆ ଚୋର ସନ୍ଦେହରେ ଜଣେ ଅଣ ଓଡ଼ିିଆ ଯୁବକଙ୍କୁ ଗାଁ…

ପ୍ରତାପ ଜେନାଙ୍କ କ୍ୱାର୍ଟର୍ସ ଆଗରେ ହଙ୍ଗାମା: ଗିରଫ ହେଲେ ୨ ଯୁବଛାତ୍ର ନେତା

ଭୁବନେଶ୍ୱର,୨୧ା୩: ବିଜେଡି ନେତା ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା କରିଥିବା ଘଟଣାରେ ୨ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ଗିରଫ ଦ୍ୱୟ ହେଲେ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ ଅପ୍‌ଡେଟ୍‌

ଭୁବନେଶ୍ୱର,୨୧।୩: ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ ଅପଡେଟ୍‌ । ରାଜ୍ୟରେ ଆଉ ନିଯୁକ୍ତି ହେବନି ଚୁକ୍ତି ଭିତ୍ତିକ ଶିକ୍ଷକ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…

ଗ୍ୟାସ ରିଫିଲିଂ ବେଳେ ଭୟଙ୍କର ବିସ୍ଫୋରଣ: ଜଳିଲା…

ଭୁବନେଶ୍ୱର,୨୧।୩: ଭରତପୁର ଥାନା କଳିଙ୍ଗନଗରରେ ବିସ୍ଫୋରଣ ଘଟି ଜଣେ ଗୁରୁତର ହୋଇଛନ୍ତି। ଉକ୍ତ ବେଆଇନ ଗ୍ୟାସ ଡିପୋରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଛାତ ଉଡି ଯାଇଥିବାବେଳେ…

ଇଦ୍‌ରେ ଝିଅ ସୋଫିଆଙ୍କୁ ନେଇ ବଡ଼ କଥା କହିଦେଲେ ବାପା ମୋକିମ୍‌, ଭବିଷ୍ୟତରେ ଭାଜପା…

ଭୁବନେଶ୍ୱର,୨୧ା୩: ଆଜି ଇଦ୍‌ ପାଳନ ଅବସରରେ ମହମ୍ମଦ ମୋକିମ୍‌ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ମୁଁ ନୂଆ ପାର୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri