Categories: ଜାତୀୟ

ଚାଇନାରୁ ରାଞ୍ଚି, ଜମସେଦପୁରକୁ ଫେରିଥିବା ୪ ବ୍ୟକ୍ତିଙ୍କ ରକ୍ତ ନମୂନା ନେଗେଟିଭ

ରାଞ୍ଚି,୧୧।୨: ଚାଇନା ସହ ବିଶ୍ୱର ଅନ୍ୟ ଦେଶଗୁଡିକରେ କରୋନାଭାଇରସ୍‌ ବ୍ୟାପିବାରେ ଲାଗିଛି। ଚାଇନାରେ ଏବେ ପର୍ଯ୍ୟନ୍ତ ଏଥିରେ ଆକ୍ରାନ୍ତ ହୋଇ ହଜାରେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୨ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। କରୋନାଭାଇରସ୍‌ରେ ସଂକ୍ରମିତରୁ ହୋଇଥିବା ଚାଇନା ପ୍ରାନ୍ତରୁ ନିକଟରେ ୪ଜଣ ବ୍ୟକ୍ତି ରାଞ୍ଚି ଓ ଜମଶେଦପୁରକୁ ଫେରିଛନ୍ତି। ସେମାନଙ୍କ ରକ୍ତ ନମୂନା ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ସୋମବାର ସୂଚନା ଦେଇଛନ୍ତି। ଝାଡଖଣ୍ଡ ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ବୟାନ ଅନୁଯାୟୀ, ଚାଇନାରୁ ଫେରିଥିବା ଉକ୍ତ ୪ ଜଣ ବ୍ୟକ୍ତିଙ୍କ ନମୂନା ରାଞ୍ଚିର ରିମ୍ସ, ଜମସେଦ୍‌ପୁରର ଏମ୍‌ଜିଏମ୍‌ ଓ ପୁଣେର ଏନ୍‌ଆଇଭିକୁ ପଠାଯାଇଥିଲା। ଯାଞ୍ଚ ସମୟରେ ସମସ୍ତଙ୍କ ନମୂନା ନେଗେଟିଭ୍‌ ଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏବେ ପର୍ଯ୍ୟନ୍ତ ଚାଇନାରୁ ରାଜ୍ୟକୁ ପ୍ରାୟ ୧୯ଜଣ ବ୍ୟକ୍ତି ଫେରିଛନ୍ତି। ଯାଞ୍ଚ ପରେ ସମସ୍ତଙ୍କୁ ୨୮ ଦିନ ପର୍ଯ୍ୟନ୍ତ ନିଜ ଘରେ ଏକୁଟିଆ ରହିବାକୁ ପରାମର୍ଶ ଦିଆଯାଇଛି।

Share