ଚାଇନାକୁ ୨ଶହ ଟନ୍‌ ଚାଉଳ ଦାନ କଲା ମ୍ୟାନମାର

ୟାନଗୋନ,୧।୩: କରୋନା ଭାଇରସ କବଳରେ ପଡି ଆର୍ଥିକ ସ୍ତରରେ ପଛକୁ ଚାଲିଯାଇଥିବା ଚାଇନାକୁ ଏବେ ବିଭିନ୍ନ ଦେଶ ସହାୟତାର ହାତ ବଢାଇଛନ୍ତି। ଏହି କ୍ରମରେ ରବିବାର ମ୍ୟାନମାର ଚାଇନାକୁ ୨୦୦ଟନ୍‌ ଚାଉଳ ଦାନ କରିଥିବା ଘୋଷଣା କରିଛି। ୟାଗୋନ ଅଞ୍ଚଳରେ ଥିବା ସ୍ବି ପି ଥାର ଇଣ୍ଡଷ୍ଟ୍ର୍ରିାଲ ଜୋନ୍‌(୪) ମ୍ୟାନମାରରେ ଚାଇନାର ରାଷ୍ଟ୍ରଦୂତ ଚେନ ହେଙ୍କୁ ଏହା ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ଚାଇନା ଓ ମ୍ୟାନମାର ମଧ୍ୟରେ ଭଲ ବନ୍ଧୁତ୍ୱ ଥିବା ବେଳେ ଚାଇନା ଖୁବ୍‌ଶୀଘ୍ର କରୋନା ଭାଇରସ ପ୍ରଭାବରୁ ମୁକୁଳି ଯିବ ବୋଲି କହିଛନ୍ତି ମ୍ୟାନମାର ମନ୍ତ୍ରୀ ଅଉଙ୍ଗ ହଠୁ। ମ୍ୟାନମାରର ଏହି ସହାୟତାକୁ ନେଇ ଚାଇନାର ରାଷ୍ଟ୍ରଦୂତ ଧନ୍ୟବାଦ ଜଣାଇଛନ୍ତି।

Share