ଚାଇନାକୁ ଘେରିବା ପାଇଁ ଉଦ୍ୟମ ଆରମ୍ଭ: ବିଭିନ୍ନ ଦେଶଙ୍କୁ ଏକଜୁଟ ଲକ୍ଷ୍ୟରେ ଆମେରିକା

ଓ୍ବାଶିଂଟନ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏଥି ପାଇଁ ଚାଇନା ଦାୟୀ ଥିବା କୁହାଯାଉଛି। ଚାଇନା ଏଭଳି ଜାଣିଶୁଣି କରିଥିବା ଅଭିଯୋଗ ମଧ୍ୟ ହେଉଛି। ଅନ୍ୟ ଦେଶରେ କରୋନାର ତାଣ୍ଡବ ଜାରି ରହିଥିବାବେଳେ ଚାଇନା ନିଜର ଅର୍ଥନୀତିକୁ କିଭଳି ସୁଦୃଢ଼ କରାଯିବ ସେନେଇ ନାନା ପ୍ରକାର ଯୋଜନା କରୁଛି। ଏପରିସ୍ଥଳେ ଆମେରିକା ଚାଇନା ବିରୋଧରେ ବିଭିନ୍ନ ଦେଶଙ୍କୁ ଏକଜୁଟ କରିବା ଉଦ୍ୟମ ଆରମ୍ଭ କରିଛି। ଆମେରିକା କୂଟନୈତିକସ୍ତରରେ ବିଭିନ୍ନ ଦେଶ ସହିତ କରୋନା ସଂକ୍ରମଣ ନେଇ ଆଲୋଚନା କରିବା ଯୋଜନା ପ୍ରସ୍ତୁତ କରିଛି। ଏହାଦ୍ୱାରା ଚାଇନାକୁ ଘେରିବା ଲାଗି ଆମେରିକା ଲକ୍ଷ୍ୟ ରଖିଥିବା କୁହାଯାଉଛି। ଅନ୍ୟ ଦେଶରେ କରୋନା ମହାମାରୀ ଜାରି ରହିଥିବା ବେଳେ ଚାଇନା ଏହାକୁ କିଭଳି ରୋକା ଯିବ ତାହାର ପ୍ରକୃତ ଚିକିତ୍ସା ଲୁଚାଉଥିବା ଅଭିଯୋଗ ହେଉଛି। ଏହାର ମୂଳରେ ଚାଇନାର ନିଜସ୍ବ ସ୍ବାର୍ଥ ନିହିତ ଥିବା ଆମେରିକା କହିଛି।

Share