ଚଳିତ ସପ୍ତାହରେ ବିଗ୍‌ବସ୍‌ରୁ ବାହାରିବେ ଏହି ଦୁଇ ପ୍ରତିଯୋଗୀ

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ରହିଛି ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌-୧୩। ପ୍ରତିଯୋଗୀମାନଙ୍କ ବ୍ୟକ୍ତିଗତ ଜୀବନ ଏବଂ ଘର ମଧ୍ୟରେ ଗଢ଼ି ଭାଙ୍ଗୁଥିବା ସମ୍ପର୍କକୁ ପ୍ରଶଂସକ ବେଶ ପସନ୍ଦ କରୁଛନ୍ତି। ଫଳରେ ଟିଆର୍‌ପି ଚାଟ୍‌ରେ ଶୋ’ ନିଜ ସ୍ଥାନ ବଜାୟ ରଖିଛି। ଏପରିସ୍ଥଳେ ଆଗାମୀ ଓ୍ବିକେଣ୍ଡ ଏପିସୋଡରେ ଦୁଇଜଣ ଶୋ’ରୁ ବାହାରିବେ ବୋଲି ଚର୍ଚ୍ଚା ହେଉଛି। ପ୍ରତିଯୋଗୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ଓ ବିକାଶ ଗୁପ୍ତା ଶୋ’ ଛାଡ଼ିପାରନ୍ତି। ଏହା ପଛରେ କାରଣ ମଧ୍ୟ ରହିଛି।

ଦେବୋଲିନା ପୂର୍ବରୁ ଅସୁସ୍ଥ ଥିବାକୁ ନେଇ ଶୋ’ରୁ କିଛି ଦିନ ବିରତି ନେଇଥିଲେ। ସେ ପୁନର୍ବାର ଫେରିଥାନ୍ତେ। ହେଲେ ଡାକ୍ତରମାନେ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଆଉ କିଛି ଦିନ ଲାଗିବ ବୋଲି କହିଛନ୍ତି। ଫଳରେ ଦେବୋଲିନା ଶୋ’ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିଭଳି ତାଙ୍କ ସ୍ଥାନରେ ଶୋ’ରେ ଯୋଗ ଦେଇଥିବା ବିକାଶ ଗୁପ୍ତା ମଧ୍ୟ ବାହାରିବେ ବୋଲି କୁହାଯାଉଛି। ବିକାଶ ନିର୍ମାତାଙ୍କ ସହ ନୂଆବର୍ଷ ପର୍ଯ୍ୟନ୍ତ ଚୁକ୍ତି କରିଛନ୍ତି। ଏପରିସ୍ଥଳେ ତାଙ୍କୁ ମଧ୍ୟ ଶୋ’ ଛାଡ଼ିବାକୁ ପଡ଼ିପାରେ ବୋଲି କୁହାଯାଉଛି। ଏଭଳି କିଛି ଚର୍ଚ୍ଚାକୁ ନେଇ ନିରାଶ ହୋଇଛନ୍ତି ଉଭୟଙ୍କ ପ୍ରଶଂସକ।

Share