Categories: ଜାତୀୟ

ଚଳିତବର୍ଷ ମକର ସଂକ୍ରାନ୍ତିରେ ଲାଲୁଙ୍କ ବାସଭବନରେ ଆୟୋଜିତ ହେବନାହିଁ ଦହି-ଚୁଡା ଭୋଜି

ପାଟନା,୧୪।୧: ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଜେଲ୍‌ ଯିବା ପରେ ତାଙ୍କ ବାସଭବନରେ ପର୍ବପର୍ବାଣୀର ଉତ୍ସାହ ଆଉ ଦେଖିବାକୁ ମିଳୁନାହିଁ। ସବୁ ବର୍ଷ ମକର ସଂକ୍ରାନ୍ତି ଅବସରରେ ପାଟନା ସ୍ଥିତ ଲାଲୁଙ୍କ ବାସଭବନରେ ଦହି ଓ ଚୁଡା ଭୋଜିର ଆୟୋଜନ କରାଯାଇଥାଏ। ହେଲେ ଚଳିତବର୍ଷ ଏଠାରେ ଏହି ପର୍ବ ପାଳନ କରାଯିବ ନାହିଁ ବୋଲି ଜଣାପଡ଼ିଛି। କାରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଅସୁସ୍ଥ ଥିବା ବେଳେ ସେ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି। ଏହାକୁ ନେଇ ଏବେ ଆରଜେଡି ନେତା, କର୍ମକର୍ତ୍ତା ଓ ସମର୍ଥକ ନିରାଶ ହୋଇଛନ୍ତି। ଏକଦା ମକର ସଂକ୍ରାନ୍ତି ଅବସରରେ ଲାଲୁଙ୍କ ବାସଭବନରେ ଚଳଚଞ୍ଚଳ ଦେଖାଯାଉଥିବା ବେଳେ ବହୁ ଉତ୍ସାହର ସହ ଏହି ପର୍ବକୁ ପାଳନ କରାଯାଉଥିଲା ବୋଲି କୁହାଯାଏ। ଅପରପକ୍ଷେ ରାବ୍ରି, ତେଜସ୍ବୀ, ତେଜପ୍ରତାପ ଓ ମୀସା ଭାରତୀ ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share