ଚଳିତବର୍ଷ ବୁଗୁଡ଼ାରେ ଗଡ଼ିବନି ରଥ

ବୁଗୁଡ଼ା,୧୮ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ାର ଶ୍ରୀ ବଳଦେବ ମନ୍ଦିରରେ ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ ବୋଲି ପରିଚାଳନା କମିଟିର ସଭାପତି ତଥା ତହସିଲଦାର ସଂଗ୍ରାମ କେଶରୀ ଜେନା ସୂଚନା ଦେଇଛନ୍ତି। ବର୍ତ୍ତମାନ କରୋନା ମହାମାରୀ ସଙ୍କଟରୁ ରକ୍ଷା ପାଇବା ପାଇଁ ଏଭଳି ନିଷ୍ପତ୍ତି ଜିଲା ପ୍ରଶାସନ ପକ୍ଷରୁ ନିଆଯାଇଛି। ତେବେ ମନ୍ଦିର ପରିସରରେ ଦେବସ୍ନାନ ମଣ୍ଡପରେ ଅସ୍ଥାୟୀ ଭାବେ
ମାଉସୀ ମା’ ମନ୍ଦିର କରାଯାଇ ବିଧି ପାଳନ କରାଯିବ। କମ୍‌ ସଂଖ୍ୟକ ସେବାୟତଙ୍କ ଉପସ୍ଥିତିରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ବିଧି ଅନୁଯାୟୀ ଠାକୁରଙ୍କୁ ପୂଜା କରାଯିବ। ମନ୍ଦିର ପରିସରରେ ଭକ୍ତମାନଙ୍କର ସମାବେଶ ହୋଇପାରିବ ନାହିଁ।