Categories: ମେଟ୍ରୋ

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ି ଜଣେ ମୃତ

ସାକ୍ଷୀଗୋପାଳ,୧୧।୭(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ରେଳଷ୍ଟେଶନରେ ନୟାଗଡ଼ – ପୁରୀ ପାସେଞ୍ଜର ଟ୍ରେନରୁ ଖସିପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ନୟାଗଡ଼ ଥାନା ବେଗୁନିଆ ପାଟଣା ଗ୍ରାମର ଗାଣ୍ଡୁ ବାରିକ। ମୃତ ଗାଣ୍ଡୁ ପୁରୀରେ ରହୁଥିବାରୁ ଗାଁକୁ ଯାଇ ପରିବାର ସହ ଫେରୁଥିଲେ। ସେ ସିଟ୍‌ରୁ ଉଠି ଯାଉଥିବା ସମୟରେ ଟ୍ରେନ୍‌ରୁ ତଳକୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଜିଆରପି ପୋଲିସ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯିବ ବୋଲି ଜଣାପଡ଼ିଛି।