ଚଳନ୍ତା ଟ୍ରକ୍‌ରୁ ପଡି ହେଲ୍‌ପର ଗୁରୁତର

କେନ୍ଦୁଝର,୬।୧(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଗୋପାଳପୁର ୨୦ନଂ.ଜାତୀୟ ରାଜପଥ ନିକଟରେ ଚଳନ୍ତା ଟ୍ରକରୁ ଜଣେ ହେଲ୍‌ପର ପଡିଯାଇ ଗୁରୁତର ହୋଇଛନ୍ତି। ସେ ହେଲେ ଘଟଗାଁ ବ୍ଲକ ପଣ୍ତାପଡ଼ା ଥାନା ଝାରବେଡ଼ା ଗ୍ରାମର ପ୍ରଫୁଲ୍ଲ କସିମାଳିଆ(୨୪)। ଡ୍ରାଇଭର ପ୍ରତାପ ସିଂ ସହିତ ସେ ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍‌ ବ୍ରେକ୍‌ ମାରିବାରୁ ପ୍ରଫୁଲ୍ଲ ଟ୍ରକ୍‌ ଝରକାଦେଇ ରାସ୍ତାରେ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।