Categories: ଜାତୀୟ

ଚଳନ୍ତା ଜିପ୍‌ରୁ ଖସି ପଡିଲେ ବର୍ଷକର ଶିଶୁ, ଗୁରୁଣ୍ଡି ଗୁରୁଣ୍ଡି ଚେକ୍‌ ପୋଷ୍ଟ ପାଖରେ ପହଞ୍ଚିଲେ ଆଉ ତା’ପରେ…

ଥିରୁଭାନନ୍ତପୁରମ,୯।୯: କେରଳର ଇଡ୍ଡୁକିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଚଳନ୍ତା ଜିପ୍‌ରୁ ଖସି ପଡିଛନ୍ତି ବର୍ଷର ଶିଶୁ। କିନ୍ତୁ ତାଙ୍କ ମାତା-ପିତା ୫୦ କିମି ଯାତ୍ରା କରିସାରିବା ପରେ ମଧ୍ୟ ତାଙ୍କ ଶିଶୁକନ୍ୟା ଖସି ପଡିଥିବାର ଜାଣିପାରି ନ ଥିଲେ। ରବିବାରଦିନ ତାମିଲନାଡୁର ପଲାନୀ ମନ୍ଦିରରୁ ପୂଜା ସାରି ଫେରୁଥିଲେ କେରଳର ଏକ ପରିବାର। ବର୍ଷକର ଶିଶୁ କନ୍ୟା ରୋହିତା ନିଜ ମା’ ସତ୍ୟଭାମାଙ୍କ କୋଳରେ ବସିଥିଲେ। ହଠାତ୍‌ ମୁନ୍ନାର ଅଞ୍ଚଳରେ ଥିବା ଜଙ୍ଗଲ ପାଖ ଦେଇ ଗାଡିଟି ରାସ୍ତା ବଙ୍କେଇବାରୁ ରୋହିତା ମା’ଙ୍କ କୋଳରୁ ଖସି ପଡିଥିଲେ। ଏହି ସମୟରେ ତାଙ୍କ ପରିବାର ଶୋଇପଡିଥିଲେ। ଶିଶୁଟି ଗଳି ପଡିବା ପରେ ଗୁରୁଣ୍ଡି ଗୁରୁଣ୍ଡି ସ୍ଥାନୀୟ ଚେକ୍‌ ପୋଷ୍ଟ ପାଖକୁ ଆସିଥିଲା। ବନ ବିଭାଗର ଅଧିକାରୀମାନେ ସିସିଟିଭିରେ ଶିଶୁଟିକୁ ଦେଖି ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏବେ ଶିଶୁଟି ସୁସ୍ଥ ଥିବା ଜଣାପଡିଛି। ଏପଟେ ତାଙ୍କ ପରିବାର ଲୋକେ ଦୀର୍ଘ ୫୦ କିମି ଯାତ୍ରା କରି ଘରେ ପହଞ୍ଚିବା ପରେ ହିଁ ରୋହିତା ନ ଥିବା କଥା ଜାଣିପାରି ଥିଲେ। ଏନେଇ ସେମାନେ ସ୍ଥାନୀୟ ପୋଲିସ ଷ୍ଟେଶନରେ ଜଣାଇଥିଲେ। ପରେ ପୋଲିସକୁ ବନ ବିଭାଗର ଅଧିକାରୀମାନେ ଶିଶୁଟିକୁ୍‌ ହସ୍ତାନ୍ତର କରିଥିଲେ।

Share