ଚଳନ୍ତା କାର୍‌ରେ ଯୁବତୀଙ୍କୁ ବଳାତ୍କାର କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଅଫିସ, ୭।୧୧: ଚଳନ୍ତା କାରରେ ବଳାତ୍କାର କରି ଜଣେ ଯୁବତୀଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ଚାଲିଗଲେ ଦୁର୍ବୃତ୍ତ। ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପିଏନ୍‌ କଲେଜ ନିକଟ ଶ୍ମଶାନ ପାଖରୁ ଉକ୍ତ ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ବୁଧବାର ସନ୍ଧ୍ୟାରେ ଘଟିଛି। ଖବରପାଇ ଖୋର୍ଦ୍ଧା ଏସ୍‌ପି ଅଜେୟ କୁମାର ସ୍ବାଇଁ, ଏସ୍‌ଡିପିଓ, ଖୋର୍ଦ୍ଧା ଆଦର୍ଶ ଥାନା ଆଇଆଇସି ହସ୍ପିଟାଲରେ ପହଞ୍ଚତ୍ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ପୀଡ଼ିତାଙ୍କ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ନିମନ୍ତେ ଖଣ୍ଡଗିରି ଥାନାକୁ ସ୍ଥାନାନ୍ତର କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ନୟାଗଡ଼ ଜିଲା ଗଣିଆ ଅଞ୍ଚଳର ପୀଡ଼ିତା ଯୁବତୀ ଜଣକ ଖୋର୍ଦ୍ଧାରେ ରୁହନ୍ତି। ବୁଧବାର କୌଣସି କାର୍ଯ୍ୟରେ ସେ ଭୁବନେଶ୍ୱର ଯାଇଥିଲେ। ଅପରାହ୍ନରେ ଖଣ୍ଡଗିରି ଛକରୁ ଏକ କାର୍‌ରେ ଲିଫ୍ଟ ମାଗି ଖୋର୍ଦ୍ଧା ଫେରୁଥିଲେ। ଫେରିବା ସମୟରେ କାର୍‌ରେ ଥିବା ଯୁବକମାନେ ତାଙ୍କୁ ବଳାତ୍କାର କରିବା ସହ ସେ ପିନ୍ଧିଥିବା ପୋଷାକକୁ ଚିରି ଦେଇଥିଲେ। ଯୁବତୀଜଣକ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଖୋର୍ଦ୍ଧା ନିକଟସ୍ଥ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱ ଶ୍ମଶାନ ନିକଟରେ କାର୍‌ରୁ ଠେଲିଦେଇ ଚାଲି ଯାଇଥିଲେ। ଯୁବତୀଜଣକ ମୁମୂର୍ଷୁ ଅବସ୍ଥାରେ ପଡ଼ି କାନ୍ଦୁ ଥିବାବେଳେ କିଛି ଲୋକ ଶୁଣି ସେଠାରେ ପହଞ୍ଚତ୍ଥିଲେ। କାରଣ ପଚାରିବାରୁ ଯୁବତୀ ଜଣକ ଆଉ ବଞ୍ଚତ୍ବାକୁ ଚାହୁଁ ନାହିଁ, ମୁଁ ଆତ୍ମହତ୍ୟା କରିବାକୁ ଚାହୁଁଛି ବୋଲି କହି ଭୋ ଭୋ କାନ୍ଦିଥିଲେ। ପରେ ପାରିପାର୍ଶ୍ୱିକ ଅବସ୍ଥାକୁ ଦେଖି ଲୋକମାନେ ସ୍ଥାନୀୟ ପୋଲିସ, ଆମ୍ବୁଲାନ୍ସ ଏବଂ ଦମ୍‌କଳକୁ ଖବର ଦେଇଥିଲେ। ପରେ ଦମକଳ ବାହିନୀ ସେଠାରେ ପହଞ୍ଚତ୍ ପୀଡ଼ିତା ଯୁବତୀଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଥିଲେ। ଖବର ପାଇ ପୀଡ଼ିତାଙ୍କ ମା’ ହସ୍ପିଟାଲରେ ପହଞ୍ଚତ୍ବା ପରେ ଯୁବତୀ ଜଣକ ସବୁ କଥା ପୋଲିସ ନିକଟରେ ପ୍ରକାଶ କରିଥିଲେ। ପୀଡ଼ିତାଙ୍କ ବୟାନ ଓ ଅଭିଯୋଗକୁ ଭିତ୍ତି କରି ଖୋର୍ଦ୍ଧା ପୋଲିସ ଘଟଣାର ପରବର୍ତ୍ତୀ ତଦନ୍ତ ପାଇଁ ଏଫଆଇଆରକୁ ଖଣ୍ଡଗିରି ଥାନାକୁ ହସ୍ତାନ୍ତର କରିଥିଲା। ଖଣ୍ଡଗିରି ଆଇଆଇସି ଖୋର୍ଦ୍ଧା ହସ୍ପିଟାଲରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ପୀଡ଼ିତା ଖଣ୍ଡଗିରିରୁ ଲିଫ୍ଟ ମାଗି ଆସିବାବେଳେ ଘଟଣା ଘଟିଥିବାରୁ ଅଭିଯୋଗକୁ ସେଠାକୁ ସ୍ଥାନାନ୍ତର କରାଗଲା ବୋଲି ଖୋର୍ଦ୍ଧା ପୋଲିସ କହିଛି। ଭାଜପା ମହିଳା ମୋର୍ଚ୍ଚାର ଖୋର୍ଦ୍ଧା ମଣ୍ଡଳ ସଭାନେତ୍ରୀ ମୀନା ଦାସ ହସ୍ପିଟାଲ ଯାଇ ପୀଡିତାଙ୍କ ସହ ଆଲୋଚନା କରିଛନ୍ତି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୋଲିସ ତୁରନ୍ତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାସ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri