ଚରମ ଅବ୍ୟବସ୍ଥାରେ ସ୍ବାସ୍ଥ୍ୟସେବା

ଆନନ୍ଦପୁର,୧୫। ୭(ସ୍ବ.ପ୍ର.)- ଅବ୍ୟବସ୍ଥାର ଚରମ ସୀମାରେ ପହଞ୍ଚିଛି ସ୍ବାସ୍ଥ୍ୟସେବା। ଗରିବ ଲୋକମାନଙ୍କ ପାଇଁ ଏହା ଯେମିତି ସାତ ସପନ ପାଲଟିଛି। ଅର୍ଥ ନାହିଁ ତ ଚିକିତ୍ସା ସୁବିଧା ପାଇବାର ହକ୍‌ ନାହିଁ। ଏହିଭଳି ଆଉ ଏକ ଅବହେଳିତ ସ୍ବାସ୍ଥ୍ୟସେବାର ନମୁନା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି। ଦୁଇ ଦିନ ଧରି ୧୦୮ ଆମ୍ବୁଲାନ୍ସକୁ ଅପେକ୍ଷା କରି ଶେଷରେ ଅଧିକ ଚିକିତ୍ସା ପାଇଁ ବସ୍‌ରେ କଟକ ଯାଇଛନ୍ତି ସୁନାରାମ। ଆଦିବାସୀ ବହୁଳ ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ଅଞ୍ଚଳ ମଣିଆବନ୍ଧ ଗ୍ରାମର ସୁନାରାମ ମାଝି। ମୂତ୍ରାଶୟ ରୋଗରେ ପୀଡିତ ହୋଇ ସେ ଗତ ୧୧ ତାରିଖଠାରୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ଖରାପ ଆଡକୁ ଗତି କରିବାରୁ ତାଙ୍କୁ ୧୩ ତାରିଖ ଅଧିକ ଚିକିତ୍ସା ପାଇଁ କଟକ ରେଫର କରାଯାଇଥିଲା। ତେବେ ପ୍ରାଇଭେଟ୍‌ ଗାଡି କରି କଟକ ଯିବା ପାଇଁ ତାଙ୍କ ପାଖରେ ଅର୍ଥର ଅଭାବ ରହିଥିଲା। ତେଣୁ ସେ ୧୩ ତାରିଖ ଶନିବାରଠାରୁ ୧୦୮ ଆମ୍ବୁଲାନ୍ସ ସହିତ ଯୋଗାଯୋଗ ରକ୍ଷା କରିଥିଲେ ସୁଦ୍ଧା ୧୪ ତାରିଖ ୧୨ଟା ସୁଦ୍ଧା ଆମ୍ବୁଲାନ୍ସର ଦେଖାମିଳି ନ ଥିଲା। କଟକ ରେଫର ହୋଇଥିବାରୁ ସେ ନା ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ରହିପାରୁଛନ୍ତି ଅର୍ଥାଭାବ ଥିବାରୁ ନା ସେ କଟକ ଯାଇପାରୁଛନ୍ତି। ବାଧ୍ୟ ହୋଇ ସେ ବହୁତ ସମୟ ଧରି ଡାକ୍ତରଖାନାରେ ଥିବା ଏକ ଗଛମୂଳେ ବସି ରହିଥିଲେ। ତେବେ ଦୀର୍ଘ ସମୟ ପରେ ସୁନାରାମ ଶେଷରେ ଏକ ବସ୍‌ ଯୋଗେ କଟକ ଯିବାକୁ ବାଧ୍ୟ ହୋଇଥିଲେ। ଚିକିତ୍ସା ଅବହେଳାରୁ କେହି ମରିବେ ନାହିଁ ବୋଲି ସରକାର କୋଟି କୋଟି ଟଙ୍କା ଅର୍ଥ ବ୍ୟୟ ଯୋଜନା ମାନ କରିବାରେ ଲାଗିପଡିଛନ୍ତି। ହେଲେ ଏହି ସବୁ ଯୋଜନା ଗରିବ ଆଦିବାସୀ ସୁନାରାମଙ୍କ ନିକଟରେ ଅପହଞ୍ଚ ହୋଇପଡିଛି। ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ରେଡକ୍ରସ୍‌ ପାଣ୍ଠି ହେଉ କି ରୋଗୀ କଲ୍ୟାଣ ସମିତି ପାଣ୍ଠି କିମ୍ବା ଡିଏମଏଫ ପଣ୍ଡ ସହାୟତାରେ ସୁନାରାମଙ୍କ ଭଳି ଗରିବ ଆଦିବାସୀଙ୍କ ଚିକିତ୍ସା କ୍ଷେତ୍ରରେ ଲଗାଯାଇପାରିଥାନ୍ତା ହେଲେ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନିଆଯିବା ଦେଖିବାକୁ ମିଳି ନ ଥିଲା।
ସେହିପରି ଶୁକ୍ରବାର ସନ୍ଧ୍ୟା ୬ଟାରେ ଘସିପୁରା ଥାନା ୨୦ ନଂ ଜାତୀୟ ରାଜପଥର କଲରାଗଡିଆ ଛକଠାରେ ପଣ୍ଡାପଡା ଅଞ୍ଚଳର ଜଣେ ଯୁବକ ରଘୁନାଥ ନାୟକ ଦୁର୍ଘଟଣାର ଶିକାର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତାଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ରେଫର କରାଯାଇଥିଲା। ହେଲେ ଦୀର୍ଘ ୪ ଘଣ୍ଟା କାଳ ଆମ୍ବୁଲାନ୍ସ ନ ଆସିବାରୁ ଶେଷରେ ସେ ରାତି ୧୦ଟା ୨୦ ରେ ଆଖିବୁଜିଲେ। ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଦୁଇ ଦିନ ମଧ୍ୟରେ ଘଟିଯାଇଥିବା ଦୁଇ ଗୋଟି ଘଟଣାକୁ ରୋଗୀକଲ୍ୟାଣ ସମିତିର ସଦସ୍ୟ ସମାଜସେବୀ ବୁଲୁ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି। ସରକାର ଆଦିବାସୀମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି, କିନ୍ତୁ ଏହି ଯୋଜନା ଗୁଡିକ ଆଦିବାସୀମାନେ ନ ପାଇ ମୃତ୍ୟୁମୁଖରେ ପଡ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri