ଚରମ୍ପାରେ ହେବ ଫ୍ଲାଏଓଭର ବ୍ରିଜ୍‌

ଭଦ୍ରକ ଅଫିସ, ୧୯।୫ – ଭଦ୍ରକ ଜିଲା ଚରମ୍ପାରେ ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ ହେବ। ଜାତୀୟ ରାଜପଥ ପ୍ରାଧିକରଣର କର୍ତ୍ତୃପକ୍ଷ ନିକଟରେ ଏନେଇ କ୍ଷେତ୍ର ପରିଦର୍ଶନ କରି ଫେରିଛନ୍ତି। ରାଜପଥ ସମ୍ପ୍ରସାରଣ ପ୍ରକଳ୍ପରେ ଚରମ୍ପାଠାରେ ଏହି ପୋଲ ନିର୍ମାଣ ସ୍ଥାନ ଦିଆଯାଇଛି। ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ନାଗେଶ୍ୱର ରାଓ ଚରମ୍ପାରେ ପହଞ୍ଚି ଚରମ୍ପା ରାଜପଥ ସମ୍ପ୍ରସାରଣ କମିଟିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଫେରିଛନ୍ତି। କମିଟି ସଭାପତି ନାରାୟଣ ବିଶ୍ୱାଳ ଓ ସଂଯୋଜକ ଅବିନାଶ ଜେନାଙ୍କ ସହ ପ୍ରକଳ୍ପ ନିର୍ଦ୍ଦେଶକ ରାଓ ପ୍ରସ୍ତାବିତ ପୋଲ ନିର୍ମାଣ ସ୍ଥଳ ପରିଦର୍ଶନ କରିଥିଲେ।
ଚରମ୍ପାରେ ପୂର୍ବରୁ ଥିବା ଗଳାପୋଲ ଆଉ ଭଙ୍ଗାଯିବ ନାହିଁ। ଗଳାପୋଲ ପାଖାପାଖି ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ ହେବ ବୋଲି କୁହାଯାଇଛି। ତେବେ ଆଲୋଚନା ବେଳେ କମିଟିର ସଂଯୋଜକ ଜେନା ରାଜପଥ ନିର୍ମାଣ ସମୟରେ ଜଳ ନିଷ୍କାସନ ବ୍ୟବସ୍ଥାରେ ରହିଥିବା ତ୍ରୁଟି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରସ୍ତାବିତ ପ୍ରକଳ୍ପରେ ଏହାକୁ ସୁଧାରିବାକୁ ସେ ଦାବି କରିଥିଲେ। ସୂଚନାଥାଉ କି, ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପାଠାରେ ଥିବା ସଂକୀର୍ଣ୍ଣ ଗଳାପୋଲକୁ ପ୍ରଶସ୍ତ କରିବା ନିମନ୍ତେ ଚରମ୍ପା ଅଞ୍ଚଳବାସୀ ବହୁବାର ଜାତୀୟ ରାଜପଥ ଉଚ୍ଚପଦସ୍ଥ ଅଧିକାରୀ ଓ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରିଆସୁଥିଲେ। ମାତ୍ର ଏଥିପ୍ରତି କେହି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଥିଲା। ରାଜପଥ କର୍ତ୍ତୃପକ୍ଷଙ୍କ ଏହି ବୈମାତୃକ ମନୋଭାବ ବିରୋଧରେ ଚରମ୍ପାବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି କ୍ରମରେ ଗତ ଫେବୃୟାରୀରେ ଚରମ୍ପାରେ ଏକ ଖୋଲାମଞ୍ଚ ବୈଠକ ହୋଇଥିଲା। ସେହିମାସ ୧୯ ତାରିଖରେ ଜାତୀୟ ରାଜପଥ ଅବରୋଧ ପାଇଁ ଚେତାବନୀ ଦିଆଯାଇଥିଲା। ତେବେ ଫେବୃୟାରୀ ୧୮ ରେ ଜିଲା ପ୍ରଶାସନର ମଧ୍ୟସ୍ଥତାରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଚରମ୍ପା ରାଜପଥ ସମ୍ପ୍ରସାରଣ କମିଟି ମଧ୍ୟରେ ଆଲୋଚନା କରାଯାଇଥିଲା। ସେତେବେଳେ ଚରମ୍ପାବାସୀଙ୍କ ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri