ଚମ୍ପୁଆରେ ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଖାଇଲେ ଚାଉଳ

ଚମ୍ପୁଆ,୪।୬(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ କମିବାର ନାଁ ଧରୁନାହିଁ। ବନ ବିଭାଗର ହାତୀ ଘଉଡାଇବା କୌଶଳ ସବୁ ଦିଗରେ ଫେଲ ମାରୁଛି। ଦୁଇଦିନ ତଳେ ହାତୀ ପଲ ଉପଦ୍ରବ କରିବା ସହିତ ଘର ଭାଙ୍ଗି ଚାଉଳ ଖାଇଦେଇଛନ୍ତି। ଏହି ହାତୀ ପଲଙ୍କ ପାଇଁ ଘର ଭାଙ୍ଗିବା ଓ ଫସଲ ନଷ୍ଟ କରିବା ନିତି ଦିନିଆ ଘଟଣା ଘଟିଥିବା ବେଳେ ଆତଙ୍କିତ ଅବସ୍ଥାରେ ରହିଥିବା ଗ୍ରାମବାସୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖାଗଲାଣି। ଫଳରେ ଅନେକ ସମୟରେ ଧନ ଜୀବନ ହାନି ହେଉଛି। ଗତ ବୁଧବାର ଏହି ହାତୀ ପଲ ଚମ୍ପୁଆ ବ୍ଲକର ସାତୋହଳିଆ ଗ୍ରାମରେ ରାତି ଅଧରେ ପଶି ମନୋଜ ଚାତାରଙ୍କ ଘରକୁ ଭାଙ୍ଗିଥିବା ବେଳେ ଘର ଭିତରେ ଥିବା ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି। ଘର ଭିତରେ ଶୋଇଥିବା ମନୋଜଙ୍କ ବଡଭାଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବର୍ତ୍ତମାନ ଏହି ୧୪  ହାତୀ ମୁକୁନ୍ଦପୁର ଜଙ୍ଗଲରେ ରହିଥିବା ଜଣାଯାଇଛି।