ଚତୁର୍ଥୀ ରାତିରେ ସ୍ବାମୀଙ୍କ ଉଡିଗଲା ହୋସ୍‌: ରାତି ୧୨ରେ ଶ୍ୱଶୁରଙ୍କୁ ଲଗାଇଲେ ଫୋନ୍‌

ଭୋପାଳ,୨।୪: ମଧ୍ୟପ୍ରଦେଶର ଶିବପୁରୀରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଶ୍ୱଶୁର ଘର ନାଁରେ ବିବାହ ପ୍ରତାରଣା ଅଭିଯୋଗ ଆଣିଛନ୍ତି ଜଣେ ବ୍ୟକ୍ତି। ସେ ଅଭିଯୋଗରେ କହିଛନ୍ତି ଯେ ସେ ଦୁଇ ବର୍ଷ ପୂର୍ବେ ବିବାହ କରିଥିବା ଝିଅ ଜଣେ କିନ୍ନର। ବ୍ୟକ୍ତି ଜଣକ କହିଛନ୍ତି ଯେ, ସେ ଚତୁର୍ଥୀ ରାତିରେ ଏ ବିଷୟରେ ଜାଣି ପାରିଥିଲେ। ସେହି ଦିନ ରାତି ୧୨ଟାରେ ଶ୍ୱଶୁରଙ୍କୁ ଫୋନ କରି ଏନେଇ ଜଣାଇଥିଲେ। ସୂଚନାଯୋଗ୍ୟ, ଶିବପୁରୀର ଭାବଖେଡି ଗାଁର ପଙ୍ଖି ଜାଟବଙ୍କ ସହ ଏହି ଘଟଣା ଘଟିଛି। ତାଙ୍କ ବୟସ ମାତ୍ର ୨୩ ବର୍ଷ। ଏସପି କାର୍ଯ୍ୟାଳୟରେ ଅଭିଯୋଗ କରିବାବେଳେ ସେ କହିଥିଲେ ଯେ, ଚତୁର୍ଥୀ ପରଦିନ ସେ ନିଜ ସ୍ତ୍ରୀଙ୍କୁ ଡାକ୍ତରଖାନା ନେଇ ମହିଳା ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରିଥିଲେ। ଏହା ପରେ ଡାକ୍ତରମାନେ କହିଥିଲେ ଯେ ତାଙ୍କର କୌଣସି ମହିଳା ଭଳି ଲକ୍ଷଣ ନାହିଁ। ପଙ୍ଖି ତାଙ୍କ ଶାଶୁ ଓ ସ୍ତ୍ରୀ ମନୀଷାଙ୍କ ବିରୋଧରେ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିସହିତ ବିବାହ ନାମରେ ପ୍ରତାରଣା ହେତୁ ପଙ୍ଖି ମନୀଷାଙ୍କୁ  ତାଙ୍କ ଘରକୁ ପଠାଇ ଦେଇଥିଲେ। ପଙ୍ଖି କହିଛନ୍ତି ଯେ ତାଙ୍କ ଶ୍ୱଶୁର ଏବେ ଗୋଡ ଭାଙ୍ଗିବାକୁ ଧମକ ଦେଉଛନ୍ତି। ପଙ୍ଖି ଜାଟବ ୨୦୧୯, ଜୁନ ୧୬ରେ ମନୀଷାଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ସହ ହାତ ମିଶାଇବେ ବିଜୟ, ସରକାର ଗଠନ ପାଇଁ ବଡ଼ ରାଜନୈତିକ ଡ୍ରାମା, ଚାଲିଛି…

ଚେନ୍ନାଇ,୫।୫: ତାମିଲନାଡୁ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସୁପରଷ୍ଟାର…

Trisha Krishnan ଙ୍କ ୧୦ କୋଟି ଟଙ୍କାର ଘର, ବିଳାସପୂର୍ଣ୍ଣ ମର୍ସିଡିଜ, ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୫।୫: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ Trisha Krishnan ପୁନର୍ୱାର ଚର୍ଚ୍ଚାରେ ଆସିଛନ୍ତି, ତାଙ୍କର ଲକ୍ସୁରିଅସ ଲାଇଫ୍‌ ଷ୍ଟାଇଲ ଓ କୋଟିକୋଟି ସମ୍ପତ୍ତିକୁ ନେଇ। ଏହି…

ରତିକାନ୍ତଙ୍କୁ ଗୁରୁଦାୟିତ୍ୱ ଦେଲା ବିଜେଡି: କହିଲେ…

ବଞ୍ଚୋ,୫।୫(ପ୍ରଦୋଷ କୁମାର ବିଶ୍ୱାଳ): ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଅଫିସ ଆର୍ଡର ନଂ ୩୬, ତାରିଖ ୦୫/୦୫/୨୦୨୫ ଅନୁଯାୟୀ ରାଜ୍ୟର ବିଭିନ୍ନ ପଦବୀ ପାଇଁ ନୂତନ…

ଅବସରପ୍ରାପ୍ତ ଶିକ୍ଷକଙ୍କୁ ୨ ବର୍ଷ ଜେଲ ଦଣ୍ଡ: ରାୟ ଶୁଣାଇଲେ ଭିଜିଲନ୍ସ କୋର୍ଟ

ଗୁଣପୁର,୫।୫( ସୁଜାତା ପାଢ଼ୀ): ରାୟଗଡା ଜିଲା ଡୁକୁମ କଲ୍ୟାଣ ବିଭାଗର ପୂର୍ବତନ ଶିକ୍ଷକ ୟୁ.ରାଜେନ୍ଦ୍ର ପାତ୍ରଙ୍କୁ ଜୟପୁର ଭିଜିଲାନସ ସ୍ବତନ୍ତ୍ର ଅଦାଲତ ବିଚାରପତି ଆୟବର୍ହିଭୂତ ସମ୍ପତି ଠୁଳ…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ: ମମତା ଇସ୍ତଫା ନ ଦେବାର ଘୋଷଣା ପରେ ବେଙ୍ଗଲରେ ଚହଳ!

କୋଲକାତା,୫।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନର ଫଳାଫଳ ପରେ, ଟିଏମସି ମୁଖ୍ୟ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବା ପାଇଁ ଅଟଳ ରହିଛନ୍ତି। ମଙ୍ଗଳବାର ଏକ…

ମମତାଙ୍କ ଯୁଦ୍ଧଂଦେହି ଡାକରା: ଆମେ ନିର୍ବାଚନ ହାରି ନାହୁଁ, ମୁଁ ଇସ୍ତଫା ଦେବି ନାହିଁ…

କୋଲକାତା,୫।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ମଧ୍ୟ ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କ ଆଭିମୁଖ୍ୟ କୋହଳ ହୋଇନାହିଁ। ନିର୍ବାଚନ ଫଳାଫଳ ପରେ…

ପ୍ରକଳ୍ପ ଜିଲାର ବଡ଼ ପରିବର୍ତ୍ତନ ଆଣିବ: ମନ୍ତ୍ରୀ

ମାଲକାନଗିରି,୫ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଜିଲା ପାଇଁ ମୋଟ…

ରାଜ୍ୟସ୍ତରୀୟ ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ: ଛାତ୍ରୀଛାତ୍ରଙ୍କ ଶୃଙ୍ଖଳା ଓ ପ୍ରତିଭା ବିକାଶକୁ ଗୁରୁତ୍ୱ

ଦିଗପହଣ୍ଡି,୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରାଜ୍ୟ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ମଙ୍ଗଳବାରଠାରୁ ୧୦ ଦିନବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri