ଚଢେଇଗୁଡି ଯୋଗାଶ୍ରମ ଭାଙ୍ଗିଲା ଦନ୍ତା

ସୋନପୁର,୩୧।୧୨(ନି.ପ୍ର.)
ସୁବର୍ଣ୍ଣପୁର ବନଖଣ୍ଡର ଉଲୁଣ୍ଡା ବନାଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇଛି। ହାତୀପଲ ଦୀର୍ଘଦିନ ଧରି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଉଛନ୍ତି। ଗୋଟିଏ ପଲରେ ୧୮ଟି, ଅନ୍ୟଟିରେ ୩ଟି ଓ ଗୋଟିଏ ଦନ୍ତା ଏକୁଟିଆ ବିଭିନ୍ନ ସ୍ଥାନରେ ଘୁରି ବୁଲୁଛନ୍ତି। ସନ୍ଧ୍ୟା ହେଲେ ହାତୀପଲ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମକୁ ଆସି ଫସଲ ଓ ସମ୍ପତ୍ତି ନଷ୍ଟ କରୁଛନ୍ତି। ବନ ବିଭାଗ ହାତୀ ଘଉଡାଇବା ପାଇଁ ଉଦ୍ୟମ କରି ଫେଲ ମାରୁଛି। ଏଥିପାଇଁ ଅଞ୍ଚଳବାସୀ ଅତିଷ୍ଠ ହେଲେଣି। ଗତ ୩ ଦିନ ହେଲା ଗୋଟିଏ ଦନ୍ତା ଚଢେଇଗୁଡିସ୍ଥିତ ଅରବିନ୍ଦ ଯୋଗାଶ୍ରମକୁ ଆସି ବ୍ୟାପକ କ୍ଷତି କଲାଣି। ରବିବାର ରାତିରେ ଏହି ଦନ୍ତା ଆଶ୍ରମର ଷ୍ଟୋରରୁମ୍‌, ଲୁହା ଗେଟ୍‌, ବାଇକ୍‌, ସୋଲାର ଫ୍ଲେଟ୍‌ ଓ ଘରର କାନ୍ଥ ଭାଙ୍ଗି ଦେଇଛି। ସୋମବାର ରାତିରେ ଦନ୍ତା ପୁଣି ଆଶ୍ରମରେ ପ୍ରବେଶ କରିଛି। ଆଶ୍ରମର ଅନ୍ତେବାସୀ ଭୟଭୀତ ଅବସ୍ଥାରେ ଛାତ ଉପରେ ଆଶ୍ରୟ ନେଇଛନ୍ତି। ସେହିପରି ଅନ୍ୟ ଏକ ଦଳ ଜଉଁରାଭଉଁରା ପଞ୍ଚାୟତର ଗୁଜା ପ୍ରାଇମେରୀ ସ୍କୁଲ, ବଡମାଳ ସ୍କୁଲ ଓ ପଣ୍ଡକିଟାଲ ସ୍କୁଲରେ କ୍ଷତି କରିଥିବା ଜଣାପଡିଛି। ବିଦ୍ୟାଳୟର ମଧ୍ୟାହ୍ନଭୋଜନ ଚାଉଳ ହାତୀ ଖାଇ ଦେଉଥିବା ଅଭିଯୋଗ ହୋଇଛି। ସୋମବାର ହାତୀପଲକୁ ରେଢାଖୋଲ ପଟକୁ ଘଉଡାଇବା ପାଇଁ ସହକାରୀ ବନ ସଂରକ୍ଷକ ସୁଶିଲ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ଉଦ୍ୟମ କରିଥିଲେ। ତେବେ ହାତୀ ଆକ୍ରମଣ କରିବାକୁ ଗେଡାଇବାରୁ ସେମାନେ ଫେରି ଆସିଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri