ଚକ୍‌ଲେଟ୍‌ ଦେବା ବାହାନାରେ ନାବାଳିକାଙ୍କୁ ଅପହରଣ

ରଣପୁର,୭ା୭(ସ୍ବ.ପ୍ର.)-ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅଞ୍ଚଳରୁ ଜଣେ ନାବାଳିକା(ବୟସ-୮)ଙ୍କୁ ଚକ୍‌ଲେଟ୍‌ ଦେବା ବାହାନାରେ ଡାକି ଦୁବୁର୍ତ୍ତମାନେ ଅପହରଣ କରି ନେଇଥିବା ପରିବାର ପକ୍ଷରୁ ଶନିବାର ରାତିରେ ଥାନାରେ ଅଭିଯୋଗ ହୋଇଛି । ଏ ନେଇ ପୋଲିସ କେସ୍‌ ନଂ ୯/୧୯ ଅନୁସାରେ ତଦନ୍ତ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନାବାଳିକାଙ୍କ ସମ୍ପର୍କରେ କୌଣସି ସନ୍ଧାନ ମିଳିପାରି ନ ଥିବା ଜଣାପଡ଼ିଛି। ପରିବାର ପକ୍ଷରୁ ବହୁ ଖୋଜାଖୋଜି ପରେ ମଧ୍ୟ ନାବାଳିକାଙ୍କ ପତ୍ତା ନ ମିଳିବାର ହତୋତ୍ସାହ ସୃଷ୍ଟି ହୋଇଛି। ଘଟଣାର ୨୪ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ପୋଲିସର ବିଫଳତା ନେଇ ଚାନ୍ଦପୁର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାରୁ ପ୍ରକାଶ, ନାବାଳିକା ଜଣକ ସ୍ଥାନୀୟ ଏକ ପ୍ରାଥମିକ ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ନ୍ତି । ତେବେ ଘଟଣା ଦିନ ମଧ୍ୟାହ୍ନ ୧୨ ଟା ୨୦ରେ ନାବାଳିକା ଜଣକ ଅନ୍ୟ ଜଣେ ନାବାଳକ ସହ ଖେଳିବା ପାଇଁ ସାଇକେଲ୍‌ ଯୋଗେ ରାସ୍ତାକୁ ଆସିଥିଲେ। ନାବାଳିକାଙ୍କ ଏହି ସମ୍ପର୍କିୟ ଭାଇ(ନାବାଳକ ଶିଶୁ)ଙ୍କ କହିବା ଅନୁସାରେ, ସେମାନେ ଖେଳୁଥିବାବେଳେ ୨ ଯୁବକ ଗୋଟିଏ ବାଇକ୍‌ରେ ଆସି ସେଠାରେ ଠିଆ ହୋଇଥିଲେ। ଏଥିରୁ ଜଣେ ଯୁବକ ବାଇକ୍‌ରୁ ଓହ୍ଲାଇ ନାବାଳିକାଙ୍କୁ ଚକ୍‌ଲେଟ୍‌ ଦେବା ପାଇଁ ଡାକିଥିଲେ। ତେବେ ନାବାଳିକାଙ୍କ ଭାଇ ଚକ୍‌ଲେଟ୍‌ ଆଣିବା ପାଇଁ ସେଠିକୁ ଯିବାକୁ ମନା କରିଥିଲେ । କଥା ନ ମାନି ଚକ୍‌ଲେଟ୍‌ ପାଇଁ ଯିବା ପରେ ଯୁବକ ଜଣକ ନାବାଳିକାଙ୍କ ନାକରେ କିଛି ଜିନିଷ ଶୁଘାଂଇ ଦେଇ ଅପହରଣ କରି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ, ଚପଲ ଭାସିବା ପରେ….

ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲା ଥାନା ବାଟେଣି ପୋଖରୀରେ ମୃତଦେହ ଭାସୁଥିବା ଦେଖାଯାଇଛି । ନିଖୋଜର ୪ଦିନ ପରେ ଗୁରୁବାର ମିଳିଲା ମୃତଦେହ । ମୃତକ…

ବିଦ୍ୟାଳୟକୁ ମଦ ପିଇ ଆସିଲେ ଛାତ୍ର, ନିଶାରେ ଚେତାଶୂନ୍ୟ ହୋଇ କଲେ……

ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ସହରାଞ୍ଚଳ ଦଶପଲା ବାଳକ ଉଚ୍ଚ ବିଦ୍ୟାଳୟରୁ ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି । ସ୍କୁଲକୁ ଶିକ୍ଷାର ମନ୍ଦିର କୁହାଯାଉଥିବା…

ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ, ଛୁଟି ନମିଳିବାରୁ…

ନୟାଗଡ଼,୫।୨(ଲୋକନାଥ ମିଶ୍ର): ନୟାଗଡ଼ର ଏପିଆର କନଷ୍ଟେବଳଙ୍କ ଆତ୍ମହତ୍ୟା । ମୃତକ ହେଲେ ସୁନୀଲ ସେଠୀ । ଗୁରୁବାର ସେ ରିଜର୍ଭ ପୋଲିସ କ୍ୟାମ୍ପସରେ ଜୀବନ ହାରିଥିବା ସୂଚନା…

ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ

ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।…

କୂଅରୁ ମିଳିଥିଲା ଛାତ୍ରଙ୍କ ମୃତଦେହ: ୨ ଶିକ୍ଷୟିତ୍ରୀ ନିଲମ୍ବିତ

ନୟାଗଡ଼, ୪।୨( ଲୋକନାଥ ମିଶ୍ର/ ସନ୍ତୋଷ ପ୍ରଧାନ): ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର…

ସ୍କୁଲରୁ ଶୌଚ ପାଇଁ ଯାଇ ଆଉ ଫେରିନଥିଲେ, ଆଜି କୂଅରୁ ମିଳିଲା ମୃତଦେହ

ନୟାଗଡ଼, ୪।୨( ଲୋକନାଥ ମିଶ୍ର/ ସନ୍ତୋଷ ପ୍ରଧାନ): ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର…

କଶ୍ମୀରରେ ହୃଦ୍‌ଘାତରେ ଓଡ଼ିଆ ଯବାନଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ

ନୟାଗଡ଼,୨୯।୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ଆନନ୍ଦପଲ୍ଲୀ ଗାଁର ଯବାନ ଜିତୁ ବେହେରା(୩୧) ଜାନୁଆରୀ ୨୬ରେ କଶ୍ମୀରରେ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ଜିତୁଙ୍କ ମରଶରୀର ବୁଧବାର…

ପିସ୍ତଲ ଗୁଳିଠାରୁ ରଣପୁର ଠେଙ୍ଗାପ୍ରହାର ଶକ୍ତିଶାଳୀ: ବ୍ରିଟିଶ ପାର୍ଲିଆମେଣ୍ଟକୁ ଯାଇଥିଲା ୫୦୦ ଠେଙ୍ଗା

ନୟାଗଡ,୨୬।୧(ଲୋକନାଥ ମିଶ୍ର): ନୟାଗଡ ଜିଲା ସଦର ମହକୁମାସ୍ଥିତ ପିଟିଏସ୍‌ ପଡ଼ିଆରେ ଜିଲାସ୍ତରୀୟ  ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।  ଏଥିରେ ୫୦ଟି ପାରେଡ ଟିମ ଭାଗ ନେଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri