Categories: ଫୁରସତ

ଚକୋଲେଟ କଟେଜ୍‌

ପୃଥିବୀରେ ଏଭଳି ଅନେକ ସ୍ଥାପତ୍ୟ ରହିଛି, ଯାହାର ସୁନ୍ଦରତା ଏବଂ ସ୍ବତନ୍ତ୍ରତା ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ସେହିଭଳି ଏକ ନିଆରା ସ୍ଥାପତ୍ୟ ରହିଛି ପ୍ୟାରିସ୍‌ଠାରେ। ଏଠାରେ ଥିବା ଏକ ଘର ନିର୍ମିତ ହୋଇଛି ସମ୍ପୂର୍ଣ୍ଣ ଚକୋଲେଟରେ। ୧୮ ବର୍ଗମିଟର ପରିମିତ ସ୍ଥାନରେ ନିର୍ମିତ ହୋଇଥିବା ଏହି କଟେଜରେ ୧.୫ ଟନ୍‌ ଚକୋଲେଟ ବ୍ୟବହାର କରାଯାଇଛି। ଏହି ଚକୋଲେଟ କଟେଜର ବିଶେଷତ୍ୱ ହେଉଛି ଏଠାରେ ପର୍ଯ୍ୟଟକମାନେ ରାତ୍ରିଯାପନ କରିବାର ସୁଯୋଗ ପାଆନ୍ତି। ଏହି ଘରଟିକୁ ଜଣାଶୁଣା ଫ୍ୟାଶନ ଚକୋଲେଟ ଡିଜାଇନର୍‌ ଜିନ୍‌ ଲୁକ୍‌ ଡେକ୍ଲୁଜିଉ ଡିଜାଇନ୍‌ କରିଛନ୍ତି । ଏହି ଘରର ଛାତଠାରୁ ଆରମ୍ଭ କରି ଆସବାବାପତ୍ର ତଥା ଘରେ ରଖାଯାଇଥିବା ସମସ୍ତ ଡେକୋରେଟିଭ ଜିନିଷ କେବଳ ଚକୋଲେଟରେ ହିଁ ପ୍ରସ୍ତୁତ କରାଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏଥିରେ ବ୍ୟବହୃତ ହୋଇଥିବା ଚକୋଲେଟ ଖାଇବା ଉପଯୋଗୀ ମଧ୍ୟ ।

Share