Categories: ଫୁରସତ

ଚକୋଲେଟ ଉପରେ ଥିବା ଧଳା ଦାଗ କ’ଣ?

ପିଲା ହେଉ କି ବୃଦ୍ଧ ସମସ୍ତଙ୍କୁ ଚକୋଲେଟ ଖାଇବାକୁ ଭଲ ଲାଗିଥାଏ। ଅଧିକାଂଶ ଲୋକମାନେ ଚକୋଲେଟକୁ ଅଧିକ ଦିନ ପର୍ଯ୍ୟନ୍ତ ଫ୍ରିଜ ରଖି ଏହାକୁ ଖାଇବାର ମଜା ନେଇ ଥାଆନ୍ତି। କିନ୍ତୁ ବେଳେବେଳେ ଚକୋଲେଟକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିବା ଦ୍ବାରା ସେଥିରେ ଧଳା ଧଳା ଦାଗ କିଛି ହୋଇ ଯାଇଥାଏ। ଆମେ ଭାବି ଥାଉ ଯେ, ଚକୋଲେଟ ଖରାପ ହୋଇଯାଇଛି ଓ ତାକୁ ଫୋପାଡି ଦେଇଥାଉ। କିନ୍ତୁ ପ୍ରକୃତରେ ଚକୋଲେଟ ଖରାପ ହୋଇ ନ ଥାଏ। ଚକୋଲେଟ ଉପରେ ଧଳା ଦାଗ ହୋଇଥିଲେ ତାହା ଖରାପ ହୋଇ ନ ଥାଏ। ସେଥିରେ ଏକ ପ୍ରକାର ବ୍ଲୁମ ସୃଷ୍ଟି ହୋଇଥାଏ। ଏହି ବ୍ଲୁମ ୨ ପ୍ରକାରର ହୋଇଥାଏ। ଯଥା ଫ୍ୟାଟ ବ୍ଲୁମ ଓ ସୁଗାର ବ୍ଲୁମ।

ସୁଗାର ବ୍ଲୁମ: ସୁଗାର ବ୍ଲୁମ ସେତେବେଳେ ହୋଇଥାଏ ଯେତେବେଳେ ତାହା ନରମ ଚକୋଲେଟ ସଂସ୍ପର୍ଶରେ ଆସିଥାଏ। ସୁଗାର ବ୍ଲୁମ ଚକୋଲେଟରେ ଚିନି ଅଂଶ ରହିଥାଏ। ଏହାକୁ ଅଧିକ ଦିନ ଧରି ଫ୍ରିଜରେ ରଖିବା ଦ୍ବାରା ଚିନି ଅଂଶ ଚକୋଲେଟ ଉପରେ ଧଳା ଦାଗ ସୃଷ୍ଟି କରିଥାଏ।

ଫ୍ୟାଟ ବ୍ଲୁମ: ଫ୍ୟାଟ ବ୍ଲୁମ ଚକୋଲେଟକୁ ଷ୍ଟୋର କରି ରଖିବା ଅନୁଚିତ। ଏହାକୁ ସାଇତି ରଖିବା ଦ୍ବାରା ପାଣିପାଗର ପରିବର୍ତ୍ତନ ପାଇଁ ଚକୋଲେଟ ଉପର ଭାଗ ଧଳା ଦେଖାଯାଇଥାଏ।

Share