Categories: ଫୁରସତ

ଚକୋଲେଟ୍‌ ଦୁର୍ଗାମୂର୍ତ୍ତି

ଶକ୍ତିସ୍ବରୂପିଣୀ ମା’ ଦୁର୍ଗାଙ୍କ ପୂଜାକୁ ସାରା ଦେଶରେ ବେଶ୍‌ ଧୁମଧାମରେ ପାଳନ କରାଯାଇଥାଏ। ପ୍ରତିବର୍ଷ ବିଭିନ୍ନ ପୂଜା କମିଟି ତରଫରୁ ବିଭିନ୍ନ ଥିମ୍‌ ଏବଂ କନ୍ସେପ୍ଟକୁ ନେଇ ପ୍ରତିମୂର୍ତ୍ତି ତଥା ମଣ୍ଡପମାନ ନିର୍ମାଣ କରାଯାଇଥାଏ। ଠିକ୍‌ ସେହିଭଳି ବିଗତ ଦୁଇବର୍ଷ ଧରି ଏହି ପାର୍ବଣ ଋତୁକୁ ଆଉ ଟିକିଏ ମନୋରଞ୍ଜନଧର୍ମୀ କରିବାଲାଗି କୋଲକାତାର ଏକ ହୋଟେଲ ନିର୍ମାଣ କରୁଛି ଚକୋଲେଟରେ ଦୁର୍ଗାମୂର୍ତ୍ତି। ଏହି ହୋଟେଲ ୨୦୧୭ରେ ୬୦୦ କିଲୋଗ୍ରାମର ଡାର୍କ ଚକୋଲେଟ୍‌ରେ ୬ ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ନିର୍ମାଣ କରି ବେଶ୍‌ ଚର୍ଚ୍ଚାରେ ରହିଥିଲେ। ସେହିଭଳି ୨୦୧୮ରେ ୧୦୦୦କିଲୋ ହ୍ବାଇଟ ଚକୋଲେଟ୍‌ ବ୍ୟବହାରକରି ୧୦ ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ନିର୍ମାଣକରି ବେଶ୍‌ ପ୍ରଶଂସା ସାଉଟିଥିଲେ। ତେବେ ଏହି ଚକୋଲେଟ୍‌ ମୂର୍ତ୍ତିକୁ କ୍ଷୀରରେ ବିସର୍ଜନ କରି ତାକୁ ଗରିବ ପିଲାଙ୍କ ମଧ୍ୟରେ ବାଣ୍ଟିଦିଆଯାଇଥିଲା।

Share