ଚକାରେ ପମ୍ପ ଦେବାବେଳେ ଦୁର୍ଘଟଣା: ଲୁହାପାତ ଛିଟିକି ଶ୍ରମିକ ମୃତ

ପାରାଦୀପ, ୩ା୧ (ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅଧୀନ ବଡ଼ପଡ଼ିଆ ବସ୍‌ଷ୍ଟାଣ୍ଡ ଛକରେ ଗୁରୁବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ଟାୟାର ପମ୍ପ୍‌ଚର ମରାମତି କରୁଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଯାଜପୁର ଜିଲା ନାଟପୁର ଅଞ୍ଚଳର ମୁନା ମୁର୍ମୁ (୨୪)। ସନ୍ଧ୍ୟାରେ ସେ ଏକ ଫୋରକ୍ଲିପ୍‌ ଲୋଡର୍‌ ଟାୟାରରେ ପମ୍ପ୍‌
ଦେଉଥିଲେ। ସେହି ଟାୟାର ଉପର ପାର୍ଶ୍ୱରେ ଥିବା ଏକ ଲୁହାପାତ ହଠାତ୍‌ ଛିଟିକି ତାଙ୍କ ଛାତିରେ ମାଡ଼ ହେବାରୁ ଘଟଣାସ୍ଥଳରେ ସେ ପଡି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପୋର୍ଟ ହସ୍ପିଟାଲକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ଖବରପାଇ ପୋଲିସ ପହଞ୍ଚତ୍ ଘଟଣାର ତଦନ୍ତ ଚଳାଇଛି। ସମ୍ପୃକ୍ତ ଟାୟାର ଦୋକାନ ମାଲିକ ପ୍ରଦୀପ ସାହୁ । ଗାଁକୁ ଯାଇଥିବା ବେଳେ ଦୋକାନରେ ଦୁଇଜଣ ଶ୍ରମିକ କାମ କରୁଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।