ଚଉପଦୀ, ଛାନ୍ଦ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ,୨୪ା୨( (ବ୍ୟୁରୋ); କଟକର ‘କଳିଙ୍ଗ ଭାରତୀ’ ଓ ବୁଗୁଡାର ‘ଭଞ୍ଜମାଟି’ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ବୁଦ୍ଧ ମନ୍ଦିରଠାରେ ରବିବାର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ‘ଚଉପଦୀ ଓ ଛାନ୍ଦ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଓଡ଼ିଶାର ପୂର୍ବତନ ବାଚସ୍ପତି ଓ ମନ୍ତ୍ରୀ ଶରତ କୁମାର କର ମୁଖ୍ୟଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିଛନ୍ତି। କଳିଙ୍ଗ ଭାରତୀର ସଭାପତି ଡ. ରଜତ କୁମାର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ଇଂ. ଚନ୍ଦ୍ରଶେଖର ନନ୍ଦ, ଡ. ଶୈଳେଶ୍ୱର ନନ୍ଦ, ପ୍ରଭାତ କୁମାର ନନ୍ଦ ଭଞ୍ଜ ସାହିତ୍ୟ ବିଷୟରେ ଆଲୋଚନା କରିଥିଲେ। କଳିଙ୍ଗ ଭାରତୀର ସମ୍ପାଦକ ପୁରୁଷୋତ୍ତମ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଉକତ୍ଳ ଛାତ୍ର ସାହିତ୍ୟ ସମାଜର ସମ୍ପାଦକ ଅଂଶୁମାନ କର ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ। ଶେଷରେ ଭଞ୍ଜ ସଙ୍ଗୀତ ପରିବେଷଣ କରାଯାଇଥିଲା। ବୁଗୁଡା ଓ ଭୁବନେଶ୍ୱରର ସଙ୍ଗୀତ ଶିଳ୍ପୀମାନେ ଭଞ୍ଜଙ୍କ ଦ୍ୱାରା ରଚିତ ଚଉପଦୀ ଓ ଛାନ୍ଦ ଗାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

ଅସୁରକ୍ଷିତ ରାଜଧାନୀ ଭୁବନେଶ୍ୱର: ୨୪ଘଣ୍ଟାରେ ୩ ଘଟଣାରେ ଆତଙ୍କିତ ସହରବାସୀ

ଅସୁରକ୍ଷିତ ହୋଇପଡ଼ିିଛି ରାଜଧାନୀ ଭୁବନେଶ୍ୱର। କଥା କଥାରେ ବୁଲୁଛି ଖଣ୍ଡା, ଭୁଜାଲି। ଦିନ ହେଉ ଅବା ରାତି ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷ କେହି ସୁରକ୍ଷିତ ନାହାନ୍ତି।…

ମାର୍ଚ୍ଚ ୧୬ରେ ରାଜ୍ୟ ସଭା ନିର୍ବାଚନ: ପ୍ରେସ୍‌ ନୋଟ ଜାରି

ଭୁବନେଶ୍ୱର,୧୮।୨: ମାର୍ଚ୍ଚ ୧୬ରେ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ନେଇ ପ୍ରେସ୍‌ ନୋଟ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ୧୦ ରାଜ୍ୟର ୩୭…

ଲାଭ ନେଇଗଲା କଂଗ୍ରେସ

ଭୁବନେଶ୍ୱର,୧୮।୨(ସୁନିତ୍‌ ମିଶ୍ର): ୧୭ଶ ବିଧାନସଭାର ୬ଷ୍ଠ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନ ଥିବାରୁ ଗୃହରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ଆଜିଠାରୁ +୨ ପରୀକ୍ଷା: ୨୫ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର,୧୮ା୨(ସୁଚିସ୍ମିତା ସାହୁ): ରାଜ୍ୟରେ ବୁଧବାରଠାରୁ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଏହି…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri