ଘୋଷଣା ହେଲା କେଦାରନାଥ, ବଦ୍ରିନାଥ ମନ୍ଦିରର କବାଟ ଖୋଲିବା ତାରିଖ

ଡେରାଡୁନ,୨୦।୪: କରୋନା ଭାଇରସ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏଥିଯୋଗୁ ସମସ୍ତ ଧାର୍ମିକ ସ୍ଥାନ ମଧ୍ୟ ବନ୍ଦ ରହିଛି। ଏଭଳି ସ୍ଥିତିରେ ଉତ୍ତରପ୍ରଦେଶର ଚାରିଧାମରେ ପ୍ରସିଦ୍ଧ ଥିବା ବଦ୍ରିନାଥ ଓ କେଦାରନାଥ ମନ୍ଦିରର ଦ୍ୱାର ଖୋଲିବା ନେଇ ତାରିଖ ଘୋଷଣା ହୋଇଛି। ବଦ୍ରିନାଥ ଓ କେଦାରନାଥ ମନ୍ଦିରର କବାଟ ଏପ୍ରିଲ ନୁହେଁ ବରଂ ମେ’ରେ ଖୋଲାଯିବ। ମେ’ ୧୪ରେ କେଦାରନାଥ କବାଟ ଖୋଲିବାକୁ ଥିବା ବେଳେ ବଦ୍ରିନାଥ କବାଟ ମେ’୧୫ରେ ଭୋର ୪ଟା ୩୦ମିନିଟ୍‌ରେ ଖୋଲିବ ବୋଲି ଜଣାପଡ଼ିଛି। ହିମାଳୟରେ ଚାରିଧାମ ନାମରେ ପ୍ରସିଦ୍ଧ ଥିବା ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରି ଓ ୟମୁନେତ୍ରି ମନ୍ଦିରର କବାଟ ଥଣ୍ଡା ଓ ପ୍ରବଳ ବରଫାପାତ ଯୋଗୁ ପ୍ରତି ବର୍ଷ ଅକ୍ଟୋବର ଓ ନଭେମ୍ବରରୁ ବନ୍ଦ ହୋଇଥାଏ।

Share