ଘିକୁଆଁରୀ ଏହି ଲୋକଙ୍କ ପାଇଁ ଲାଭଦାୟକ ନୁହେଁ

ଘିକୁଆଁରୀ ଖାଇବା ଲାଭଦାୟକକ ହୋଇଥାଏ ବୋଲି ଶୁଣିଥିବେ। ଏଥିରେ ଥିବା ଆଣ୍ଟି ଇନ୍‌ଫ୍ଲାମାଟୋରି ଗୁଣ, ଯାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏହାସହିତ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଥାଏ। ତେବେ ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ରହିଛି। ଏହାର ଜୁସ୍‌ ପିଇବାରେ ଅନେକ ଫାଇଦା ହେଉଥିଲେ କେତେକ ରୋଗୀଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଥାଏ।

ଜାଣି ଆଶ୍ଚର୍ଯ୍ୟ ହେବେ, ଯେଉଁ ଘିକୁଆଁରୀକୁ ଆପଣ କେତେକ ସମସ୍ୟାର ରାମବାଣ ବୋଲି ଭାବୁଛନ୍ତି ତାହାର କେତେକ ନକାରାତ୍ମକ ପ୍ରଭାବ ରହିଛି। ଜାଣନ୍ତୁ ସେ ସମ୍ପର୍କରେ…

– ଯେଉଁ ଲୋକଙ୍କ ହୃଦ୍‌ଘାତ ସମ୍ବନ୍ଧିତ କୌଣସି ସମସ୍ୟା ଥାଏ, ସେମାନଙ୍କୁ ଘିକୁଆଁରୀ ଜୁସ୍‌ ପିଇବା ଉଚିତ ହୋଇ ନ ଥାଏ।

– ଏହା ତ୍ୱଚା ପାଇଁ ବରଦାନ ହୋଇଥିଲେ ମଧ୍ୟ ଏହାର ବହୁଳ ବ୍ୟବହାର ଚର୍ମ କୁଣ୍ଡେଇହେବା, ନାଲି ପଡିବା ଆଦି ସମସ୍ୟା ସୃଷ୍ଟି କରିଥାଏ।

– ରକ୍ତଚାପ ରୋଗୀଙ୍କ ପାଇଁ ଏହାର ଜୁସ୍‌ ଲାଭଜନକ ହୋଇଥିଲେ ହେଁ ମଧୁମେହ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ।

– ଏହା ମାଂସପେଶୀକୁ କରିଥାଏ ମଧ୍ୟ ଦୁର୍ବଳ।

– ଗର୍ଭବତୀ ଲାଗି ଏହାର ଜୁସ୍‌ ଆଦୌ ପିଇବା ଉଚିତ ନ ଥାଏ।