Posted inଜାତୀୟ

ଘାତକ ହେଲା ଦିଲ୍ଲୀ ଦଙ୍ଗା: ଗଡ଼ିଲାଣି ୨୭ ମୁଣ୍ଡ

ନୂଆଦିଲ୍ଲୀ,୨୭ା୨: ଦିଲ୍ଲୀରେ ଘାତକ ହେଲାଣି ସାମ୍ପ୍ରଦାୟିକ ଦଙ୍ଗା। କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ୩ ଦିନ ହେଲା ଜଳୁଛି ଜାତୀୟ ରାଜଧାନୀ। ଉତ୍ତର-ପୂର୍ବ ଦିଲ୍ଲୀସ୍ଥିତ ମୌଜପୁରରୁ ଆରମ୍ଭ ହୋଇଥିବା ସିଏଏ ବିରୋଧୀ ହିଂସା କ୍ରମଶଃ ଅନ୍ୟ ଜିଲାଗୁଡ଼ିକୁ ବ୍ୟାପିବାରେ ଲାଗିଛି। ପୂର୍ବ ଦିଲ୍ଲୀ ଓ ଶାହଦରା ଜିଲାରେ ମଧ୍ୟ ଅନୁରୂପ ଅବସ୍ଥା ଲାଗିରହିଥିବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ହିଂସାରେ ମଙ୍ଗଳବାର ସୁଦ୍ଧା ୧୩ ଜଣଙ୍କ ଜୀବନ ଯାଇଥିବାବେଳେ ବୁଧବାର ଆଉ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତର-ପୂର୍ବ ଦିଲ୍ଲୀସ୍ଥିତ ଏକ ଡ୍ରେନ୍‌ରୁ ଗୋଇନ୍ଦା ବ୍ୟୁରୋ (ଆଇବି)ର ଜଣେ କର୍ମଚାରୀଙ୍କ ମୃତଦେହ ମିଳିଛି। ଏହାସହ ଦଙ୍ଗାଜନିତ ମୃତ୍ୟୁସଂଖ୍ୟା ୨୭ରେ ପହଞ୍ଚତ୍ଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି। ସେପଟେ ଏହି ହିଂସାରେ ଦିଲ୍ଲୀର କୌଣସି ବ୍ୟକ୍ତିଙ୍କ ହାତ ନାହିଁ, ବରଂ ଏହା ବାହାର ଲୋକଙ୍କ କାଣ୍ଡ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରକାଶ କରିଛନ୍ତି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୁଧବାର କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ସହ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ଦଙ୍ଗାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଦିଲ୍ଲୀ ପୋଲିସର ନିଷ୍କ୍ରିୟତାକୁ ନେଇ ସର୍ବୋଚ୍ଚ ଅଦାଲତ ଭର୍ତ୍ସନା କରିଛନ୍ତି। ଘୃଣା ମନ୍ତବ୍ୟ ଦେଇ ସ୍ଥିତିକୁ ସଙ୍ଗିନ କରିଥିବା ୩ ଭାଜପା ନେତା କପିଲ ମିଶ୍ରା, ଅନୁରାଗ ଠାକୁର ଓ ପରଭେଶ ବର୍ମାଙ୍କ ବିରୋଧରେ ତୁରନ୍ତ ଏଫ୍‌ଆଇଆର୍‌ କରିବା ପାଇଁ ପୋଲିସକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଦିଲ୍ଲୀର ୩ ଜିଲାରେ ଦଙ୍ଗା ଲାଗିରହିଥିବାରୁ ବୁଧବାର ସଶସ୍ତ୍ର ପୋଲିସ ବଳ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ରହିଛି। କୌଣସି ପ୍ରକାର ଅପ୍ରୀତିକର ସ୍ଥିତିକୁ ଏଡ଼ାଇବା ଲାଗି ସୁରକ୍ଷା ବଳ କାହାକୁ ବାହାରକୁ ବାହାରିବାକୁ ଦେଉନାହାନ୍ତି। ଫଳରେ ଦଙ୍ଗା ପ୍ରଭାବିତ ଅଞ୍ଚଳରେ ଦୋକାନବଜାର, ସ୍କୁଲ କଲେଜ ବନ୍ଦ ରହିଛି। ରାସ୍ତାଗୁଡ଼ିକ ଖାଁ ଖାଁ ଲାଗୁଛି। ଏଭଳି ସମୟରେ ଉତ୍ତର-ପୂର୍ବ ଦିଲ୍ଲୀର ଚାନ୍ଦବାଗ ଅଞ୍ଚଳସ୍ଥିତ ଏକ ଡ୍ରେନ୍‌ରୁ ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କ ମୃତଦେହ ମିଳିଛି। ୨୬ ବର୍ଷୀୟ ଅଙ୍କିତ ମଙ୍ଗଳବାର ରାତିରୁ ନିଖୋଜ ଥିଲେ। ଟେକାମାଡ଼କାରୀଙ୍କ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଏବେ ମଧ୍ୟ ଲୋକନାୟକ ଜୟପ୍ରକାଶ ହସ୍ପିଟାଲ ଓ ଗୁରୁ ତେଗ୍‌ ବାହାଦୁର ହସ୍ପିଟାଲରେ ଅନେକ ଗୁଳିବିଦ୍ଧ ଆହତ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ଦଙ୍ଗାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଥିବାରୁ ସ୍ଥିତିରେ ସୁଧାର ଆସୁନାହିଁ। କଂଗ୍ରେସ ଏଥିପାଇଁ ଭାଜପାକୁ ଦାୟୀ କରିଥିବାବେଳେ କେନ୍ଦ୍ରମନ୍ତ୍ରୀମାନେ କଂଗ୍ରେସକୁ ୧୯୮୪ ଦଙ୍ଗା ବେଳର କଥା ମନେ ପକାଇଦେଇଛନ୍ତି। କଂଗ୍ରେସ ପକ୍ଷରୁ ଏଆଇସିସି ମୁଖ୍ୟାଳୟରେ ଏକ ଶାନ୍ତି ଶୋଭାଯାତ୍ରା କରାଯାଇଛି। ଏଥିରେ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ମୁକୁଲ ଓ୍ବାସ୍‌ନିକ୍‌, କେ.ସି. ବେଣୁଗୋପାଳ, ପି.ଏଲ୍‌. ପୁନିଆ, ରଣଦୀପ ସୁର୍ଜଓ୍ବୋଲା, ରାଜୀବ ଗୌଡ଼ା, ଅଜୟ ସିଂ, ସୁସ୍ମିତା ଦେବ ଓ ମଣିଶଙ୍କର ଆୟାରଙ୍କ ଭଳି ବରିଷ୍ଠ ନେତାମାନେ ଭାଗ ନେଇଥିଲେ। ୨୪ ଆକବର ରୋଡ୍‌ରୁ ତିସ୍‌ ଜାନୁୟାରୀ ମାର୍ଗସ୍ଥିତ ଗାନ୍ଧୀ ସ୍ମୃତି ପର୍ଯ୍ୟନ୍ତ ହୋଇଥିବା ଶୋଭାଯାତ୍ରାରେ ମହାମତ୍ା ଗାନ୍ଧୀଙ୍କ ପ୍ରିୟ ଭଜନ ‘ରଘୁପତି ରାଘବ ରାଜାରାମ’ ଗାନ କରାଯାଇଥିଲା। ଉତ୍ତର-ପୂର୍ବ ଦିଲ୍ଲୀର ବାସିନ୍ଦା ହସିବ୍‌ ଅହଦ କହିଛନ୍ତି, ୧୯୮୪ ଓ ୧୯୯୨ ହିଂସା ପରେ ଏଭଳି ସ୍ଥିତି ଦେଖିବାକୁ ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri