Categories: ବାଣିଜ୍ୟ

ଘର ବିକ୍ରି ୯% କମିଲା

ନୂଆଦିଲ୍ଲୀ,୫-୧୧: ଚଳିତ ଆର୍ଥତ୍କ ବର୍ଷ ଜୁଲାଇ-ସେପ୍ଟେମ୍ବର ସମୟରେ ଦେଶ ମଧ୍ୟରେ ବାସଗୃହ ବିକ୍ରି ୯.୫% ହ୍ରାସ ଘଟିଛି। ଏହି ସମୟରେ ଦେଶର ୯ ପ୍ରମୁଖ ସହରରେ ୫୨,୮୫୫ ୟୁନିଟ ଘର ବିକ୍ରି ହୋଇଛି। ବଜାରରେ ଆର୍ଥତ୍କ ମାନ୍ଦାବସ୍ଥା ଏବଂ ନଗଦ ଅଭାବ ଯୋଗୁ ଗ୍ରାହକଙ୍କ ମନୋଭାବ ପ୍ରଭାବିତ ହେବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ପ୍ରପ୍‌ଇକ୍ୱିଟି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ୨୦୧୯ କ୍ୟାଲେଣ୍ଡର ବର୍ଷରେ ଘର ବିକ୍ରି ହ୍ରାସର ଏହା ୪ର୍ଥ ରିପୋର୍ଟ ବୋଲି ଜଣାପଡିଛି। ଜୁଲାଇ-ସେପ୍ଟେମ୍ବରରେ ଦେଶ ମଧ୍ୟରେ ଘର ବିକ୍ରି ଯଥାକ୍ରମେ ୨୫% ଏବଂ ୧୮% ଖସିଥିବା ପ୍ରମୁଖ ବ୍ରୋକରେଜ ଫାର୍ମ ପ୍ରପ୍‌ ଟାଇଗର ଏବଂ ଆନାରକ ଭଳି କମ୍ପାନୀ ରିପୋର୍ଟ ଦେଇଥିଲେ। ଘର ବିକ୍ରି ହ୍ରାସ ନେଇ ରିୟଲ ଇଷ୍ଟେଟ କନ୍‌ସଲଣ୍ଟାଣ୍ଟ ଜେଏଲ୍‌ଏଲ୍‌ ସୂଚନା ଦେଇଥିଲା। ପ୍ରପ୍‌ଇକ୍ୱିଟି ସୂଚନା ମୁତାବକ ୨୦୧୯ ଜୁଲାଇ-ସେପ୍ଟେମ୍ବରରେ ହାଉସିଂ ବିକ୍ରି ୫୨,୮୫୫ ୟୁନିଟ ରହିଛି ଯାହା ଗୋଟିଏ ବର୍ଷ ତଳେ ସମାନ ସମୟରେ ୫୮,୪୬୧ ୟୁନିଟ ରହିଥିଲା। ଗତ ତ୍ରୈମାସରେ ଘର କ୍ରେତାମାନେ ନିଷ୍ପତ୍ତି ନେବାକୁ ବିଳମ୍ବ କରିବାରୁ ଚାହିଦା ଗଭୀର ଭାବେ ପ୍ରଭାବିତ ହୋଇଥିବା ପ୍ରପ୍‌ଇକ୍ୱିଟିର ପରିଚାଳନା ନିର୍ଦ୍ଦେଶକ ସମୀର ଜାସୁଜା କହିଛନ୍ତି।
ବର୍ତ୍ତମାନର ରିୟଲ ଇଷ୍ଟେଟ ବଜାର ଏଣ୍ଡ ୟୁଜର ଭିତ୍ତିକ ହୋଇଥିବା ବେଳେ ଗ୍ରାହକ ରେଡି ଟୁ ମୁଭ୍‌ ଇନ୍‌ ଏବଂ ଶେଷ ହେବାକୁ ଥିବା ଘର କିଣିବାକୁ ଇଚ୍ଛୁକ ହେଉଛନ୍ତି। ଏହାବାଦ ବିଲଡରଙ୍କ ଉନ୍ନତ ଟ୍ରାକ ରେକର୍ଡ, କାର୍ଯ୍ୟକାରିତା ଏବଂ ଦକ୍ଷତାକୁ ଗ୍ରାହକ ଏବେ ବିଚାର କରୁଛନ୍ତି। ଏହି ସମୟରେ ନୂଆ ଘର ଲଞ୍ଚ ୨୪% ଖସି ୩୨,୮୩୪ ୟୁନିଟ ରହିଛି। ବିକ୍ରି ହୋଇ ନ ଥିବା ଘର ଷ୍ଟକ୍‌ ୬.୦୧ ଲକ୍ଷକୁ କମିଛି। ଏହା ଜୁନ ତ୍ରୈମାସ ଶେଷ ସୁଦ୍ଧା ୬.୨୧ ଲକ୍ଷ ୟୁନିଟ ଥିଲା। କେବଳ ସହରରେ ଘର ବିକ୍ରି ସାମାନ୍ୟ ଉନ୍ନତ ରହିଛି। ଚେନ୍ନାଇରେ ସର୍ବାଧିକ ୨୫% ବିକ୍ରି ଖସିବା ସହ ଏହା ୨୦୬୦ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ସମୟରେ ୪୦୯୦ ୟୁନିଟ ଥିଲା। ଏହାବାଦ ମୁମ୍ବାଇରେ ୨୨% ଘର ବିକ୍ରି କମିଥିବା ବେଳେ ଗୁରୁଗ୍ରାମରେ ୭%, କଲିକତାରେ ୧୨%, ବାଙ୍ଗାଲୋରରେ ୯% ବିକ୍ରି ହ୍ରାସ ହୋଇଥିବା ସୂଚନା ରହିଛି।

Share