ଘର ଘର ବୁଲି ପନିପରିବା ବିକିଲେ ଏସ୍‌ଏଚ୍‌ଜି ସଦସ୍ୟା

ବଲାଙ୍ଗୀର, ୨୭ା୪-ବଲାଙ୍ଗୀର ସହରର ପୌରାଞ୍ଚଳରେ ଏସ୍‌ଏଚ୍‌ଜି ଗୁ୍ରପର ମହିଳାମାନେ ଓର୍‌ମାସ ସହଯୋଗରେ ଗାଡିରେ ଘରଘର ବୁଲି ପନିପରିବା ବିକ୍ରି କରୁଥିବା ଭଗବତୀନଗରରେ ଦେଖିବାକୁ ମିଳିଛି ା ସାନିଟାଇଜରରେ ହାତ ଧୋଇବା ସହ ସାମାଜିକ ଦୂରତା ମଧ୍ୟ ବଜାୟ ରଖି ଏମାନେ ପନିପରିବା ବିକ୍ରି କରୁଛନ୍ତି। ମହାମାରୀ କରୋନା ଯୋଗୁ ଦେଶ ଲକ୍‌ଡାଉନ ରହିଛି। ଏଥିଯୋଗୁ ଲାକେ ଘରୁ ବାହାରକୁ ବାହାରୁ ନାହାନ୍ତି। ଏହାକୁ ଆଖିଆଗରେ ରଖି ଓରମାସ ସହଯୋଗରେ ବଲାଙ୍ଗୀରର ଏସ୍‌ଏଚ୍‌ଜି ଗ୍ରୁପର ମହିଳାମାନେ ଏହିପରି ପଦକ୍ଷେପ ନେଇଛନ୍ତି।