Categories: ବାଣିଜ୍ୟ

ଘର କ୍ରେତା ବକେୟା ଉପରେ ଦେବେ ୧୨% ଜିଏସ୍‌ଟି

ନୂଆଦିଲ୍ଲୀ,୧୬।୫: ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ବିଲ୍‌ଡରଙ୍କ ଦ୍ୱାରା ନିର୍ମିତ  ପ୍ରକଳ୍ପକୁ ଯଦି ନିର୍ମାଣ ଶେଷ ହୋଇଥିବା ସାର୍ଟିଫିକେଟ ମିଳିଯାଏ, ତେବେ ଘର କ୍ରେତା  ବକେୟା ଅର୍ଥ ଉପରେ ୧୨% ଜିଏସ୍‌ଟି ଦେବାକୁ ବାଧ୍ୟ ରହିବେ ବୋଲି ସିବିଆଇସି ସ୍ପଷ୍ଟ କରିଛି। ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନ୍‌ଡାଇରେକ୍ଟ ଟ୍ୟାକ୍ସେସ୍‌(ସିବିଆଇସି) କହିଛି ଯେ, ବିଲ୍‌ଡର ଯଦି ୫%ର ଜିଏସ୍‌ଟି ପାଇଁ ଆବେଦନ କରିଥିବେ, ତେବେ ତାଙ୍କୁ ଚାଲିଥିବା ପ୍ରକଳ୍ପ ଉପରେ ସଂଗୃହୀତ କ୍ରେଡିଟ୍‌ ଆଡ୍‌ଜଷ୍ଟ କରିବାର ସୁବିଧା ମିଳିବ ନାହିଁ। ସୂଚନାଥାଉ କି, କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସ୍‌ଟି କାଉନସିଲ ରିୟଲ ଇଷ୍ଟେଟ ସେକ୍ଟରକୁ ଆଶ୍ୱସ୍ତ କରି ଜିଏସ୍‌ଟି ହାରକୁ ୫%କୁ ହ୍ରାସ କରିଥିଲେ।

Share